Saturday, October 10, 2026
30.1 C
Odisha

    କୁହୁଡି ପାଇଁ ଏଲଇଡି ; କାର୍‌, ବାଇକ୍‌ରେ ଲାଗି ପାରିବ ଏହି ଲାଇଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦେଶ ତଥା ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡି ଲାଗି ରହିଛି। ଘନ କୁହୁଡିରେ ରାସ୍ତା ଘାଟ ସଠିକ୍‌ ଭାବେ ଦେଖାନଯିବା କାରଣରୁ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇ ଦୁର୍ଘଟଣା ଘଟିଥାଏ । ଘନ କୁହୁଡିରେ ବାଇକ୍‌ ଚଲାଇବା ଖୁବ୍‌ କଷ୍ଟକର ମଧ୍ୟ । ଏଭଳି ଅନେକ ଲାଇଟ୍‌ ରହିଛି, ଯାହାକୁ ବ୍ୟବହାର କରି କୁହୁଡିରେ ଗାଡି ଚଳାଇବା ସମସ୍ୟାକୁ ଦୂର କରିହେବ।ଏବେ ଏହି ତାଲିକାରେ ଯୋଡି ହୋଇଛି ଏହି ସବୁ ଲାଇଟ୍‌।

    Carzex High Power Blue Led ଫୋଜ :ଏହା ଏକ ପାୱାରଫୁଲ୍‌ ଏଲଇଡି ଲାଇଟ୍‌ । ବିଶେଷ କରି ବର୍ଷା ଓ କୁହୁଡ଼ିକୁ ଧ୍ୟାନ ରଖି କମ୍ପାନୀ ଏହି ଲାଇଟ୍‌କୁ ତିଆରି କରିଛି । ଏହି ଲାଇଟ୍‌କୁ ୨୦ ହଜାର ଘଣ୍ଟା ବ୍ୟବହାର କରି ହେବ। ଏହାର ବଜାର ଦାମ୍‌ ୫୯୯ ଟଙ୍କା ।

    Fabtech 36 LED Bar Light LED Fog ଲିଘଟ : କାର୍‌ କିମ୍ବା ବାଇକ୍‌ ଚଲାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଲାଇଟ୍‌ ଖୁବ୍‌ ଖାସ୍‌ । ଏହି ଲାଇଟ୍‌ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଲାଇଟ୍‌ ୫୦୦ ପ୍ରତିଶତ ରାସ୍ତା ଦୃଶ୍ୟମାନ କରିବାର କ୍ଷମତା ରଖିଛି। ଶୀତ ଦିନରେ କାର୍‌ ଚାଳକଙ୍କ ପାଇଁ ଏହା ଗାର୍ଡ ଭଳି କାମ କରେ। ଏହାକୁ ଆପଣ କାର୍‌ରେ ଶୀର୍ଷରେ ତଥା ଉପର ଭାଗରେ କିମ୍ବା ତଳ ଭାଗରେ ବ୍ୟବହାର କରି ହେବ। ବଜାରରେ ଏହାର ଦାମ୍‌ ୫୮୯ ଟଙ୍କା।

    Woschman- Fog Light for Car: କାର୍‌ରେ ବ୍ୟବହାର ହେଉଥିବା ଏହି ଲାଇଟ୍‌ର ଲମ୍ବ ୩.୫ ଇଞ୍ଚ । ଯାହାକୁ ସହଜରେ ବାଇକ୍‌ ଓ କାର୍‌ରେ ବ୍ୟବହାର କରାଯାଇପାରିବ। ମାର୍କେଟରେ ଏହାର ଦାମ୍‌ ୭୬୦ ଟଙ୍କା ।

    Allextreme EX40WF24 LED Fog : କୁହୁଡି ପାଇଁ ବ୍ୟବହାର ହେଉଥିବା ଏହି ଲାଇଟ୍‌ ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ। କୁହୁଡିରେ ଏହାର ଦୃଶ୍ୟମାନ କ୍ଷମତା ଆଶ୍ଚର୍ଯ୍ୟଜନକ। ଏହା ଏକ ୱାଟରପ୍ରୁଫ୍‌ ଲାଇଟ୍‌ । ଫଳରେ ଏହାର ବ୍ୟବହାର ବର୍ଷା ଦିନରେ ମଧ୍ୟ କରି ପାରିବେ। ଉଭୟ ବାଇକ୍‌ ଓ କାର୍‌ରେ ଏହାକୁ ବ୍ୟବହାର କରି ପାରିବେ। ବଜାରରେ ଏହାର ମୂଲ୍ୟ ୧୭୯୯ ଟଙ୍କା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ