Saturday, October 10, 2026
27.9 C
Odisha

    ଜାତୀୟ ଶିକ୍ଷାନୀତି ପାଇଁ ଷ୍ଟିଅରିଂ କମିଟି ଗଠିତ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ଜାତୀୟ ଶିକ୍ଷାନୀତି ଲାଗୁ ହେବା ପାଇଁ ଷ୍ଟିଅରିଂ କମିଟି ଗଠନ କରାଯାଇଛି। ଏନଇପି (ନ୍ୟାସନାଲ ଏଜୁକେସନାଲ ପଲିସି) କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି। ୧୬ ଜଣ ସଦସ୍ୟଙ୍କୁ ନେଇ ଷ୍ଟିଅରିଂ କମିଟି ଗଠିତ ହୋଇଛି।କମିଟିର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। କମିଟିର ସଦସ୍ୟମାନେ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ପାଠ୍ୟ ଖସଡା ପ୍ରସ୍ତୁତ କରିବେ।

    ଆସନ୍ତା ଶିକ୍ଷା ବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ ହେବ। ପ୍ରାଥମିକସ୍ତରରେ ପିଲାଙ୍କ ଶିକ୍ଷାର ମାନଦଣ୍ଡ ଆଧାରରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ ।

    ଜାତୀୟ ଶିକ୍ଷାନୀତିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରାଯିବ। ବିଦ୍ୟାଳୟସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ବାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ। ଏହା ସହିତ ଓଡ଼ିଆ ଭାଷା କଳା ଓ ସଂସ୍କୃତିକୁ ପାଠ୍ୟ ଖସଡ଼ାରେ ସାମିଲ କରାଯିବ। ଜାନୁଆରୀ ୨୧,୨୨, ୨୩ରେ ଏନେଇ କର୍ମଶାଳା ଅନୁଷ୍ଠିତ ହେବ। ଏହା ଦ୍ବାରା ଓଡ଼ିଶାର ପାଠପଢାରେ ବୈପ୍ଳବିକ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ