Tuesday, April 7, 2026
22.5 C
Odisha

    କୃଷକମାନଙ୍କୁ ଅତ୍ୟାଧୁନିକ କୃଷି ନିମନ୍ତେ ସକ୍ଷମ କରିବା ଲକ୍ଷ୍ୟରେ ସୋଆ ଏବଂ ହାଇଡେନ୍‌ମେଟ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ବେଙ୍ଗାଲୁରୁ ସ୍ଥିତ ହାଇଡେନ୍‌ମେଟ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । ମଞ୍ଜି ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ, ଫସଲର ପ୍ରକୃତ ସ୍ଥିତିର ତଦାରଖ ସହ ଜଳ ଓ ପୋଷଣର ନିଅଂଟ, ତଥା ରୋଗ ନିୟନ୍ତ୍ରଣ ସହ ଫସଲକୁ କୀଟ ଆକ୍ରମଣରୁ ରକ୍ଷା କରି ଉନ୍ନତମାନର ଫସଲ ଅମଳ କରିବାର ଜ୍ଞାନ ପ୍ରଦାନ କରିବା ହେଉଛି ଦୁଇ ଅନୁଷ୍ଠାନ ମଧ୍ୟରେ ଏହି ସହଭାଗିତାର ପ୍ରମୁଖ ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ନିମନ୍ତେ ଦୁଇ ଅନୁଷ୍ଠାନ ମଧ୍ୟରେ ମିଳିତ ଭାବେ ଗବେଷଣା ଏବଂ କର୍ମଶାଳା ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।
    ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ହାଇଡେନ୍‌ମେଟ ସଲ୍ୟୁସନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କରନ୍ ରଙ୍ଗରାଜନଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ବୁଝାମଣା ଅନୁଯାୟୀ ହାଇଡେନ୍‌ମେଟ ସଲ୍ୟୁସନ୍‌ସ ସୋଆରେ ଏକ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରିବା ସହ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀର ଫସଲ କିମ୍ବା ମୃତିକା ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ଆଇଓଟି) ସେନ୍ସର୍ ମଧ୍ୟ ସ୍ଥାପନ କରିବ । ଏହିସବୁକୁ ହାଇଡେନ୍‌ମେଟ ସଲ୍ୟୁସନ୍ସର ସ୍ମାର୍ଟ ଟେକ୍ନୋଲୋଜି –ବେସ୍‌ଡ ଏଗ୍ରିକଲ୍‌ଚର ଏନାବ୍ଲର୍ (ଷ୍ଟେଜ୍‌) ପ୍ଲାଟଫର୍ମ ତଦାରଖ କରିବ ।
    ଆବଶ୍ୟକତା ଅନୁଯାୟୀ ହାଇଡେନ୍‌ମେଟ ବୈଷୟିକ ମାନବ ସମ୍ବଳ ଏବଂ ଅନ୍ୟ ସୁବିଧା ମଧ୍ୟ ଯୋଗାଇବ । ଏତଦ୍ ବ୍ୟତୀତ ସୋଆର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ହାଇଡେନ୍‌ମେଟ ସଲ୍ୟୁସନ୍ସର ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ପରିଦର୍ଶନ କରିବା ସହ ପ୍ରଶିକ୍ଷଣ ପାଇପାରିବେ । ଉଭୟ ଅନୁଷ୍ଠାନ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ (ଏଫପିଓ) ଗୁଡ଼ିକ ସହ ମିଳିତ ଭାବେ ରାଜ୍ୟର କୃଷକ ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ।
    ଏହି ବୁଝାମଣା ସ୍ୱାକ୍ଷରିତ କରିବା କ୍ଷେତ୍ରରେ ହାଇଡେନ୍‌ମେଟ ସଲ୍ୟୁସନ୍ସର ସହପ୍ରତିଷ୍ଠାତା ତଥା ମୁଖ୍ୟ ବ୍ୟବସାୟିକ ଅଧିକାରୀ ଶ୍ରୀମତି ଗିରିଜା ପଟେଲ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା । ଏହି ଅବସରରେ ହାଇଡେନ୍‌ମେଟ ସଲ୍ୟୁସନ୍ସର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଜୀବନ ସଂଗ୍ରାମ ଦାସ, ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲ୍‌ଚରର ନିର୍ଦ୍ଦେଶକ ପ୍ରଫେସର ଆର୍‌.କେ. ପଣ୍ଡା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ