Tuesday, November 17, 2026
19.3 C
Odisha

    କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କାର୍ଯ୍ୟକ୍ରମରେ ସାମିଲ ହୋଇ ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି । ଚାଷ କାମରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି। ଆହୁରି ମଧ୍ୟ କହିଛନ୍ତି, ଆମ ସଂସ୍କୃତି, ପରମ୍ପରା ଚାଷ ଉପରେ ଆଧାରିତ। ଚାଷୀ ଓ ଚାଷ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ଚାଷରେ ବିକାଶର ବହୁତ ସୁଯୋଗ ଅଛି। ତେବେ ବର୍ତ୍ତମାନ ଜଳବାୟୁ ସାରା ବିଶ୍ଵ ପାଇଁ ଏକ ବଡ଼ ଚ୍ଯାଲେଞ୍ଜ ସୃଷ୍ଟି କରିଛି। ଏହାର ସମାଧାନ କରାଯିବ ଜରୁରୀ। କୃଷି ଉତ୍ପାଦନରେ ଓୟୁଏଟି ପରି ଅନୁଷ୍ଠାନର ବଡ଼ ଅବଦାନ ଥିବା କହିଛନ୍ତି ରାଷ୍ଟ୍ରପତି। କୃଷି ଉତ୍ପାଦନ ବଜାୟ ରଖିବାକୁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ହେବା ଜରୁରୀ। ଏଥିପାଇଁ ଏଆଇ, ରିମୋଟ ସେନସିଂର ବ୍ୟବହାର କରିବାକୁ ରାଷ୍ଟ୍ରପତି ଆହ୍ଵାନ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.3 ° C
    19.3 °
    19.3 °
    72 %
    1kmh
    100 %
    Mon
    19 °
    Tue
    26 °
    Wed
    26 °
    Thu
    24 °
    Fri
    18 °

    ସମ୍ବନ୍ଧିତ