Monday, April 6, 2026
24 C
Odisha

    କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

    ଆଗକୁ ପଢନ୍ତୁ

    ନୂଆପଡ଼ା  :  ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା ଅଭିଯୋଗ ହୋଇଥିଲା। ସୋମବାର ନୂଆପଡା ଜିଲ୍ଲା କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୭୭ ବସ୍ତା ନକଲି ରାସାୟନିକ ସାର ଓ ୮୯ ଲିକ୍ୟୁଡ ସାର ଜବତ କରାଯାଇଛି। ସୂଚନା ଅନୁଯାୟୀ ଦୀର୍ଘ ବର୍ଷରୁ ହରିୟାଣାରୁ ଆସି ଜଣେ ବ୍ୟବସାୟୀ ଗୋଡଫୁଲା ଗାଁର ରାସ୍ତା କଡରେ ଏକ ଗୋଦାମ ଓ ଦୋକାନ ଘର କରି ବିକ୍ରୟ କରୁଥିଲେ। ଏହାସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାୟୋ ଫର୍ଟିଲାଇଜର ନାମରେ ନକଲି ରାସାୟନିକ ସାର ବିକ୍ରୟ କରିବା ସହ ଡିଲରମାନଙ୍କୁ ଯୋଗାଇ ଆସୁଥିଲେ। ଅଭିଯୋଗ ଅନୁଯାୟୀ ସୋମବାର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଗୋଡଫୁଲା ଗାଁରେ ପହଞ୍ଚତ୍ ନକଲି ସାର ଦୋକାନ ଉପରେ ଚଢାଉ କରିଥିଲେ। ଏହି ସମୟରେ ନୂଆପଡା ଅତିରିକ୍ତ ତହସିଲଦାର ଦିଲିପ ପାତ୍ର ସମେତ କୃଷି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନାୟକଙ୍କୁ ପଚାରିବାରୁ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ