Monday, June 2, 2025
37.5 C
Odisha

    କେଉଁମାନେ ଖାଇବା ଉଚିତ୍ ନୁହେଁ କଖାରୁ ମଞ୍ଜି, ଖାଇଲେ ହୋଇଥାଏ ଏହି ସବୁ ସମସ୍ୟା

    ଆଗକୁ ପଢନ୍ତୁ

    କଖାରୁକୁ ପ୍ରାୟତଃ ଶାକାହାରୀ ଲୋକ ଡାଲମାରେ ପ୍ରସ୍ତୁତ କରି ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ କଖାରୁର ମଞ୍ଜିକୁ ବି ଅନେକ ଲୋକ ଖାଇବାକୁ ଭଲପାଇଥାନ୍ତି । କଖାରୁରେ ମଧ୍ୟ ଅନେକ ପୋଷକ ତତ୍ତ୍ବ ରହିଥାଏ । ଯାହା ଦେହ ପାଇଁ ଖୁବ୍ ହିତକାରୀ । ଅନେକଙ୍କ ପାଇଁ କଖାରୁ ବା ତା’ର ମଞ୍ଜି କ୍ଷତିକାରକ ହୋଇଥାଏ । ତେଣୁ କେଉଁମାନେ ଏହାକୁ ଖାଇ ପାରିବେ ତାହା ଜାଣିବା ଆବଶ୍ୟକ ।

    ମୋଟା ଥିବା ଲୋକମାନଙ୍କ ପାଇଁ ଏହା ଚିନ୍ତାର କାରଣକୁ ବଢାଇ ଦେଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ କଖାରୁ ମଞ୍ଜି ଖାଇବାର ମାତ୍ରାରେ ନିୟନ୍ତ୍ରଣ ରଖିବା ଜରୁରୀ । ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ଓଜନ ଶକ୍ତିକୁ ବଢାଇଥାଏ । ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ କଖାରୁ ମଞ୍ଜିଠାରୁ ଦୂରେଇ ରହିବା ଆବଶ୍ୟକ ।

    ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ କଖାରୁ ମଞ୍ଜି ଖାଇବା ଉଚିତ୍ ନୁହେଁ । ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଅନୁଚିତ୍ । ଏଥିରେ ଫାଇବରର ମାତ୍ରା ଅଧିକ ଥିବାରୁ ଶରୀରକୁ ଫୁଲାଇ ଦେଇଥାଏ । ଏହା ଖାଇବା ଦ୍ବାରା ବଦହଜମି ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ ।

    ଯଦି ଆପଣଙ୍କର ଆଲର୍ଜି ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାକୁ ଖାଇବା ଆବଶ୍ୟକ । ଏହା ଖାଇବା ଦ୍ବାରା କେତେକଙ୍କ ପାଖରେ ଆଲର୍ଜି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ଆଲର୍ଜି ରୋଗୀ ଖାଇବା ଦ୍ବାରା ସାଧାରଣରୁ ଗୁରୁତର ଭଳି ସମସ୍ୟାରେ ପରିଣତ କରିଦେଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    26 %
    2.9kmh
    77 %
    Mon
    36 °
    Tue
    35 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ