Monday, April 6, 2026
35.2 C
Odisha

    କେଉଁ ତେଲରେ ଦୀପ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ

    ଆଗକୁ ପଢନ୍ତୁ

    ସାଧାରଣ ଭାବରେ ଆମେ ଜାଣିଚୁ କେବଳ ମନ୍ଦିରରେ ହିଁ ଭଗବାନଙ୍କ ନିକଟରେ ତେଲ ଦୀପ ଅର୍ପଣ କରାଯାଇ ଥାଏ, କିନ୍ତୁ ମାନ୍ୟତା ଅନୁସାରେ ପ୍ରତି ଦିନ ଘରେ ତେଲ ଦୀପ ଦେବା ଶୁଭ ହୋଇଥାଏ। ଯଦି ଆପଣ ପ୍ରତିଦିନ ତେଲ ଦୀପ ଦେଇପାରୁ ନାହାନ୍ତି, ତେବେ ପ୍ରତି ଶନିବାର ଦିନ ତେଲ ଦୀପ ଟିଏ ଘରର ଠାକୁରଙ୍କ ନିକଟରେ ଦିଅନ୍ତୁ।

    କିନ୍ତୁ ଏହି ତେଲ ଦୀପ ଜଳାଇବା ପାଇଁ ବିଶେଷ ଭାବରେ ରାଶି ତେଲ ର ପ୍ରୟୋଗ କରନ୍ତୁ। ଏହା ଘରର ନକାରାତ୍ମକ ଶକ୍ତିକୁ ଦୁରେଇ ଥାଏ, ଏହାଛଡା ଘରେ ସୁଖ ସମୃଦ୍ଧି ର ମଧ୍ୟ ବାସ ହୋଇଥାଏ।

    ମାନ୍ୟତା ରହିଛି ଯେ ଘରେ ରାଶି ତେଲ ର ଦୀପ ଜଳାଇବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି। ତେଣୁ ନିୟମିତ ରାଶି ତେଲର ଦୀପ ନିହାତି ପୂଜା କରିବା ସମୟରେ ଠାକୁରଙ୍କ ନିକଟରେ ଅର୍ପଣ କରନ୍ତୁ। ଯଦି ଶନି ଦେବଙ୍କ ପ୍ରକୋପରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ ଘରର ଠାକୁର ଘରେ ରାଶି ତେଲର ଦୀପ ଜଳାଇବା ଦ୍ୱାରା ଆପଣଙ୍କ ପ୍ରକୋପରୁ ମୁକ୍ତି ମିଳିଥାଏ।

    ଯଦି ଆପଣଙ୍କ ରାଶିରେ ମଙ୍ଗଳଙ୍କ ପ୍ରକୋପ ରହୁଛି ତେବେ ପ୍ରତିଦିନ ଘରେ ରାଶି ତେଲର ଦୀପ ଜଳାନ୍ତୁ। ଏହାଦ୍ୱାରା କୁଣ୍ଡଳୀରେ ମଙ୍ଗଳ ମଜବୁତ ହେବେ ଏବଂ ହନୁମାନଙ୍କ କୃପା ମଧ୍ୟ ରହିବ।

    ଯଦି ଆପଣଙ୍କ ଜାତକରେ ଚନ୍ଦ୍ରମାଙ୍କ ପ୍ରକୋପ ରହୁଛି ତେବେ ପ୍ରତି ଗୁରୁବାର, ସୋମବାର ରାଶି ତେଲ ଦୀପ ଜଳାଇବା ଖୁବ ଜରୁରୀ। ନଚେତ ଘରେ ନକାରାତ୍ମକ ଉର୍ଜା ବାସ କରିଥାଏ, ଓ ପରିବାର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ।

    ପ୍ରତି ଷୋମବାର ଦିନ ଘରେ ରାଶି ତେଲର ଦୀପ ଜଳାଇବା ଦ୍ୱାରା ମହାବୀର ହନୁମାନଙ୍କ କୃପା ଲାଭ ହୋଇଥାଏ, ଏବଂ ଘର ସମସ୍ତ ବାଧା ବିଘ୍ନ , ଜୀବନର ଚିନ୍ତା ଓ ଦୁଃଖ କଷ୍ଟ ଦୂର ହୋଇଥାଏ। ଆପଣଙ୍କ ପରିବାର ଉପରେ ସର୍ବଦା ମହାବୀରଙ୍କ କୃପା ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.2 ° C
    35.2 °
    35.2 °
    30 %
    0.9kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ