Wednesday, March 4, 2026
19.6 C
Odisha

    କେଜରିୱାଲଙ୍କ ଗିରଫ ନେଇ ପ୍ରଶ୍ନ ଉଠାଇଲେ ଜାତିସଂଘ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କ ଗିରଫ ନେଇ ପ୍ରଶ୍ନ ଉଠାଇଲେ ଜାତିସଂଘ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଇଡିର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରିମାଣ୍ଡ ଆଉ ୪ ଦିନ ବଢିଲା। ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ୭ ଦିନିଆ ରିମାଣ୍ଡ ଦାବି କରିଥିଲା ଇଡି। ଇଡିର ଦାବିକୁ ନେଇ ୪ ଦିନ ରିମାଣ୍ଡ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ। ଆଜି କେଜରିୱାଲଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବାରୁ ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଜେରାବେଳେ କେଜରିୱାଲଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ଇଡି ପକ୍ଷରୁ ଦିଆଯାଥିଲା। ତେବେ ତଦନ୍ତରେ କେଜରିୱାଲ ସହଯୋଗ କରୁନଥିବା କହିଥିଲା ଇଡି। କିଛି ଡିଜିଟାଲ ତଥ୍ୟ ମିଳିଥିବାରୁ ଏହାର ଛାନବିନ କରାଯାଉଛି। କେଜରିୱାଲଙ୍କୁ ଆହୁରି ଅଧିକ ତଦନ୍ତ କରିବାର ଆବଶ୍ୟକ ଅଛି ବୋଲି କହିଥିଲା ଇଡି। ଅଧିକ ତଦନ୍ତ ଲାଗି ଆଉ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ମାମଲାରେ ଗୋଆର କିଛି ନେତାଙ୍କ ସହ କେଜରିୱାଲଙ୍କୁ ସାମନା ସାମନି ଜେରା କରିବାକୁ ଚାହୁଁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେପଟେ ତାଙ୍କୁ କାହିଁକି ଇଡି ଗିରଫ କରିଛି ବୋଲି କୋର୍ଟରେ ପଚାରିଥିଲେ ଅରବିନ୍ଦ କେଜରିୱାଲ। ଗତ ୨ ବର୍ଷ ଧରି ଏହି ମାମଲା ଚାଲି ଆସୁଛି। ଗତ ୨୦୨୨ରେ ସିବିଆଇରେ ମାମଲା ରୁଜୁ ହୋଇଥିଲା।ମାମଲାରେ କୌଣସି ଅଦାଲତ ଦୋଷୀ ସାବ୍ୟସ୍ତ କରିନଥିବାରୁ ମୋତେ କାହିଁକି ଗିରଫ କରାଯାଇଛି ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ମୋ ସପକ୍ଷରେ ବୟାନ ଦେଇଥିବା ସାକ୍ଷୀଙ୍କୁ ଜବରଦସ୍ତ ମୋ ବିରୋଧରେ ସାକ୍ଷ ଦେବାକୁ ବାଧ୍ୟ କରାଯାଉଛି ବୋଲି କହିଥିଲେ। ଏହା ପୂର୍ବରୁ କୋର୍ଟ ଯିବା ଆଗରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆପକୁ ଧ୍ଵଂସ କରିବାକୁ ଇଡିର ଏହି ଷଡ଼ଯନ୍ତ୍ର ବୋଲି କହିଛନ୍ତି କେଜରିୱାଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    29 %
    1.2kmh
    0 %
    Wed
    35 °
    Thu
    37 °
    Fri
    37 °
    Sat
    38 °
    Sun
    36 °

    ସମ୍ବନ୍ଧିତ