Monday, July 13, 2026
27.3 C
Odisha

    ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ, ଟ୍ରମ୍ପଙ୍କ ଘୋଷଣା

    ଆଗକୁ ପଢନ୍ତୁ

    ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ । ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ । ଏନେଇ ସୋସିଆଲ ମିଡିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଇରାନକୁ ମିଳିଛି ୫ ଦିନର ସମୟ । ଏହି ସମୟ ମଧ୍ୟରେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବନି ଆମେରିକା ।

    ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଗତ ଦୁଇ ଦିନରେ ଇରାନ ଓ ଆମେରିକା ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ଟ୍ରଂପ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ଆମ ଶତ୍ରୁଙ୍କ ସହ ଆଲୋଚନା ଏକପ୍ରକାର ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଏହା ପୂର୍ବରୁ ଷ୍ଟ୍ରେଟ ଅଫ ହର୍ମୁଜକୁ ଜାହାଜ ଚଳାଚଳ ପାଇଁ ଖୋଲା ରଖିବାକୁ ଇରାନକୁ ୪୮ ଘଣ୍ଟାର ମହଲତ ଦେଇଥିଲା ଆମେରିକା ।

    ୪୮ ଘଣ୍ଟା ମଧ୍ୟରେ ହର୍ମୁଜକୁ ମୁକ୍ତ ନକଲେ ଇରାନର ବିଦ୍ୟୁତ ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଥିଲା ଆମେରିକା । ଏହାରି ମଧ୍ୟରେ ଏଭଳି ଖବର ସାରା ବିଶ୍ବ ପାଇଁ ଆଶ୍ବସ୍ତିକର ପାଲଟିଛି । ଗତ ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହୋଇଥିବା ଘମାଘୋଟ ଯୁଦ୍ଧ ଉପରେ ଏବେ ରୋକ୍ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ