Thursday, April 16, 2026
41.1 C
Odisha

    ପଶ୍ଚିମ ଏସିଆ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, ସ୍ଥିତି ଚିନ୍ତାଜନକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପଶ୍ଚିମ ଏସିଆ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ । ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ । ପଶ୍ଚିମ ଏସିଆରେ ଚାଲିଥିବା ସାମରିକ ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀ ନିଜର ଚିନ୍ତା ପ୍ରକଟ କରିଛନ୍ତି । ସଂସଦରେ ସମ୍ବୋଧନ ଦେଇ ମୋଦି କହିଛନ୍ତି ସଂଘର୍ଷ ପ୍ରାୟ ୩ ସପ୍ତାହରୁ ଅଧିକ ସମୟ ଧରି ଚାଲିଆସୁଛି। ଏହାର ସିଧାସଳଖ ପ୍ରଭାବ ବିଶ୍ୱ ଅର୍ଥନୀତି ଏବଂ ସାଧାରଣ ଲୋକଙ୍କ ଜୀବନଯାତ୍ରା ଉପରେ ପଡ଼ୁଛି ।

    ଯଥାଶୀଘ୍ର ଏହି ସଂଘର୍ଷର ଏକ ଶାନ୍ତିପୂର୍ଣ୍ଣ ସମାଧାନ ବାହାର କରିବାକୁ ସମଗ୍ର ବିଶ୍ୱକୁ ଅପିଲ କରିଛନ୍ତି ମୋଦି। ଯୁଦ୍ଧ କେବଳ ଦୁଇ ଦେଶ ମଧ୍ୟରେ ସୀମିତ ନାହିଁ, ବରଂ ଏହାର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ୁଛି । ଯୁଦ୍ଧରେ ସାମିଲ ଥିବା ଦେଶଗୁଡ଼ିକ ସହ ଭାରତର ବହୁ ପୁରୁଣା ଓ ବଡ଼ ବ୍ୟବସାୟିକ ସମ୍ପର୍କ ରହିଛି । ଭାରତର ଅଶୋଧିତ ତେଲ ଏବଂ ଗ୍ୟାସ୍ ଆବଶ୍ୟକତାର ଏକ ବଡ଼ ଭାଗ ଏହି ଅଞ୍ଚଳ ଦେଇ ଆସିଥାଏ ।

    ଯୁଦ୍ଧ ଯୋଗୁଁ ଏହି ସପ୍ଲାଇ ଚେନ୍ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ଗଲ୍ଫ ) ଦେଶଗୁଡ଼ିକରେ ପ୍ରାୟ ୧ କୋଟି ଭାରତୀୟ ରହି କାମ କରୁଛନ୍ତି । ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଭାରତ ପାଇଁ ସବୁଠୁ ବଡ଼ ପ୍ରାଥମିକତା । ସେହି ଅଞ୍ଚଳରେ ଅନେକ ବ୍ୟବସାୟିକ ଜାହାଜ ଚଳାଚଳ କରେ। ସେଥିରେ ଭାରତୀୟ କ୍ରୁମାନଙ୍କ ସଂଖ୍ୟା ବହୁତ ଅଧିକ। ଏହି ସଙ୍କଟ ସମୟରେ ଭାରତୀୟ ସଂସଦରୁ ସମଗ୍ର ବିଶ୍ୱକୁ ଏକ ସମ୍ମିଳିତ ଓ ଶକ୍ତିଶାଳୀ ବାର୍ତ୍ତା ଯିବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.1 ° C
    41.1 °
    41.1 °
    13 %
    0.8kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ