Wednesday, August 5, 2026
25.6 C
Odisha

    କେଜ୍ରିୱାଲଙ୍କୁ ପଦଯାତ୍ରା ବେଳେ ଅଟକାଇଲା ପୋଲିସ, ଧାରଣାରେ ବସିଲେ ଆପ୍ ନେତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଅଟକାଇଲା ପୋଲିସ । ଇ-୨୦ ଅଭିଯୋଗ ନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ପଦଯାତ୍ରା କରୁଥିବାବେଳେ ପୋଲିସ ତାଙ୍କୁ ଫିରୋଜଶାହା ରୋଡରେ ଅଟକାଇଛି । ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆମ ଆଦମୀ ପାର୍ଟିର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେଜରିୱାଲଙ୍କ ସହ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂହ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଯୋଗ ଦେଇଛନ୍ତି ।

    କେଜ୍ରିୱାଲ କହିଛନ୍ତି, ଆମେ ୨ ଲକ୍ଷ ୩୦ ହଜାର ଆବେଦନପତ୍ର ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଉଛୁ । ଆମ ସହିତ ୧୦୦ ଜଣ ଲୋକ ଅଛନ୍ତି, ଯାହାଙ୍କ ଗାଡ଼ି ଇ-୨୦ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ସ୍ୱର ଶୁଣିବେ ବୋଲି ଆମେ ଆଶା କରୁଛୁ । କେଜ୍ରିୱାଲ ଦାବି କରୁଛନ୍ତି ଯେ, କେନ୍ଦ୍ର ସରକାର ଇ-୨୦ ପେଟ୍ରୋଲ ପ୍ରତ୍ୟାହାର କରନ୍ତୁ କିମ୍ବା ଏହାର ମୂଲ୍ୟ ଲିଟର ପିଛା ୮୫ ଟଙ୍କାକୁ ହ୍ରାସ କରନ୍ତୁ । ଲୋକମାନଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କ ଯାନବାହନରେ ଶୁଦ୍ଧ ପେଟ୍ରୋଲ କିମ୍ବା ଇଥାନଲ୍ ମିଶ୍ରିତ ପେଟ୍ରୋଲ ଭର୍ତ୍ତି କରିବାର ବିକଳ୍ପ ମଧ୍ୟ ଦିଆଯାଉ ।

    କେଜ୍ରିୱାଲଙ୍କ ପଦଯାତ୍ରା ସମ୍ପର୍କରେ ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା କହିଛନ୍ତି ଯେ, ତାଙ୍କ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଧ୍ୟରେ ବିଶୃଙ୍ଖଳିତ ଉପାଧି ପାଇଁ ପ୍ରତିଯୋଗିତା ଚାଲିଛି । ଯେବେଠାରୁ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିବାଦରେ ବସିଛନ୍ତି, ସେବେଠାରୁ ଅରବିନ୍ଦ କେଜରିୱାଲ ଏହି ଖେଳରେ ନିଜକୁ ପଛରେ ପଡ଼ିଥିବା ଭାବୁଛନ୍ତି । ସେଥିପାଇଁ କେଜ୍ରିୱାଲ ଇଥାନଲ ପ୍ରସଙ୍ଗରେ ବିନା ଅନୁମତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାର ତାଙ୍କର ଇଚ୍ଛା ଘୋଷଣା କରିଛନ୍ତି ।

    କେଜ୍ରିୱାଲଙ୍କ ପଦଯାତ୍ରାକୁ ଓକିଲମାନେ ବିରୋଧ କରୁଛନ୍ତି । ସେମାନଙ୍କ କହିବା ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଆବାସ ଦେଶରୁ ସବୁଠାରୁ ସମ୍ବେଦନଶୀଳ ଏବଂ ଉଚ୍ଚସ୍ତରୀୟ ସୁରକ୍ଷା ସ୍ଥଳ ମଧ୍ରୁ ଅନ୍ୟତମ । ଏମିତି ସ୍ଥାନକୁ ସାର୍ବଜନୀନ ଲୋକ ଯାଇ ଧାରଣ ଦେବା ସୁରକ୍ଷା ପାଇଁ ବିପଦ ଆଣିପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    91 %
    1.3kmh
    100 %
    Wed
    30 °
    Thu
    26 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ