Tuesday, August 25, 2026
29.5 C
Odisha

    ନବମ ଶ୍ରେଣୀର ୨୭ ଛାତ୍ରଙ୍କୁ ଜଣେ ଦଶମ ଛାତ୍ରର ନିସ୍ତୁକ ମାଡ !

    ଆଗକୁ ପଢନ୍ତୁ

    ରାୟଗଡା : ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ହଷ୍ଟେଲରେ ବର୍ବରତା ହୋଇଛି ସୀମା ପାର । ରାତି ଅଧରେ ହଷ୍ଟେଲ୍‌ ପରିସରରେ ହୋଇଛି ପ୍ରଜାକୋର୍ଟ । ଏଭଳି ଘଟଣା ରାୟଗଡା ଜିଲ୍ଲା ରିଭଲକୋଣା ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟିଛି । ଶିକ୍ଷକଙ୍କୁ ନିର୍ଯ୍ୟାତନା ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ଜଣେ 10ମ ଶ୍ରେଣୀର ଛାତ୍ର ନବମ ଶ୍ରେଣୀର 27 ଜଣ ଛାତ୍ରଙ୍କୁ ବାଡିରେ ନିସ୍ତୁକ ମାଡ ମାରିଛି ।

    ଜଣେ ପରେ ଜଣେ ଛାତ୍ରକୁ ନଡିଆ ବାହୁଙ୍ଗା ଓ କ୍ରିକେଟ୍ ବ୍ୟାଟ୍ ରେ ପିଟି ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି ଭିଡିଓରେ । ପିଲାମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ ଚିହ୍ନ ଦେଖିବାକୁ ମିଳିଛି l ବିଦ୍ୟାଳୟରେ ଦଶମ ଶ୍ରେଣୀର ଉକ୍ତ ଛାତ୍ର ଜଣଙ୍କ ଜୁନିୟର୍ ପିଲାମାନଙ୍କୁ ଡରାହରା କରୁଥିଲା । ତେବେ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିବା ପରେ ଉକ୍ତ ଛାତ୍ର ରାଗରେ ରାତି 12ଟା ସମୟରେ ହଷ୍ଟେଲ ପିଲାଙ୍କୁ ମାଡ ମାରିଛି । ଅନେକ ଛାତ୍ର ଆହତ ହୋଇଥିବା ବେଳେ ସଂପୃକ୍ତ ଛାତ୍ରକୁ ଘରକୁ ପଠାଇ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣା ପ୍ରଘଟ ହେବା ପରେ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.5 ° C
    29.5 °
    29.5 °
    75 %
    3.3kmh
    86 %
    Tue
    30 °
    Wed
    30 °
    Thu
    29 °
    Fri
    29 °
    Sat
    28 °

    ସମ୍ବନ୍ଧିତ