Tuesday, December 24, 2024
18.8 C
Odisha

    କେତେ ଉପକାରୀ ସୁଦ୍ଧ ସୋରିଷ ତେଲ

    ଆଗକୁ ପଢନ୍ତୁ

    ଦୈନନ୍ଦୀନ ଜୀବନରେ ଆମେ ପ୍ରକୃତି ଦତ୍ତ ବିଭିନ୍ନ ଜିନିଷ ବ୍ୟବହାର କରୁଛେ । ତାହା ଆମେ ଜାଣିପାରି ନଥାଉ । ସେଥି ମଧ୍ୟରୁ ସୋରିଷ ତେଲ ହେଉଛି ଅନ୍ୟତମ । ପିଲାବେଳେ ଗାଁରେ ଯେତେବେଳେ ଛୋଟ ଶିଶୁଟେ ଜନ୍ମ ହୁଏ ଶିଶୁର ମୁଣ୍ଡରେ ସୋସିଷ ତେଲ ଗରମ କରି ବ୍ୟବହାର କରାଯିବାର ଦେଖିବାକୁ ମିଳେ । ସୋରିଷ ତେଲ ଦେହକୁ ଥଣ୍ଡାରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଶ୍ୱାସ ଜନୀତ ରୋଗରୁ ମଧ୍ୟ ସୋରିଷ ତେଲ ରକ୍ଷା କରିଥାଏ । ଯେମିତିକି ଆସ୍ଥମା । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଉପାୟ ଆପଣାଇବା ବି ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…..

    – ସୋରିଷ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବା ପରେ ଏହି ତେଲକୁ ଛାତି ଏବଂ ପିଠିରେ ମାଲିସ କରନ୍ତୁ । 2-3 ଥର ମାଲିସ କରିବା ଦ୍ୱାରା ନିଶ୍ୱାସ ନେବା ସହଜ ହେବା ସହ ଆରାମ ଲାଗିଥାଏ।

    – ଏକ ଲିଟର ପାଣିରେ ଏକ ଚାମଚ ମେଥି ମିଶାଇ ଅଧଘଣ୍ଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାକୁ ଛାଣି ଟିକେ ଅଦା ରସ ଏବଂ ମହୁ ମିଶାଇ ଏହାକୁ ସେବନ କରନ୍ତୁ । ପ୍ରତିଦିନ ସକାଳୁ ଏହାକୁ ପିଇବା ଦ୍ୱାରା ଶ୍ୱାସ ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ ।

    – ଅଦା, ମହୁ ଏବଂ ଡାଳିମ୍ବକୁ ମିଶାଇ ଏକ ପାନୀୟ ତିଆରି କରନ୍ତୁ । ଆସ୍ଥମା ହେବା ସମୟରେ ଦିନକୁ 3-4 ଥର ଏହାକୁ ସେବନ କଲେ ପାର୍ଥକ୍ୟ ଆପେ ଆପେ ଜାଣି ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.8 ° C
    18.8 °
    18.8 °
    73 %
    1.1kmh
    100 %
    Tue
    23 °
    Wed
    26 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ