Monday, October 5, 2026
24.7 C
Odisha

    କେତେ ସମ୍ପତ୍ତି ର ମାଲିକ ଟ୍ରମ୍ପ ଜାଣନ୍ତୁ

    ଆଗକୁ ପଢନ୍ତୁ

    ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଦେଶର ୪୭ ତମ ରାଷ୍ଟ୍ରପତି ହେବା ପରେ ସେ ଆମେରିକାର ସବୁଠାରୁ ଧନୀ ରାଜନେତାଙ୍କ ମଧ୍ୟରେ ଗଣତି ହୋଇଥାଏ । ଟ୍ରମ୍ପଙ୍କର ବିଶ୍ୱବ୍ୟାପୀ ବ୍ୟବସାୟ ରହିଛି । ମିଡିଆରୁ ଆରମ୍ଭ କରି ରିଅଲିଷ୍ଟେଟ, ସବୁଥିରେ ରହିଛି ଟ୍ରମ୍ପଙ୍କ ଇନଭେଷ୍ଟମେଣ୍ଟ । ତେବେ ବାସ୍ତବରେ ଟ୍ରମ୍ପ କେତେ ସମ୍ପତ୍ତ୍ିର ମାଲିକ? ଟ୍ରମ୍ପର ମୋଟ ସମ୍ପତ୍ତି ବିଷୟରେ ଯଦି ଚର୍ଚ୍ଚା କରାଯାଏ, ତେବେ ତାଙ୍କ ସମ୍ପତ୍ତିକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ନାହିଁ । କୁହାଯାଏ ସେ ୬.୬ ଅରବ ରୁ ୭.୭ ଅରବ ଡଲାରର ମାଲିକ । ଫୋବର୍ସ ବିଲିୟନର୍ସ ତଥ୍ୟ ମୁତାବକ ଟ୍ରମ୍ପ ୬.୬ ଅରବ ଡଲାର ବା ୫୫,୫୮୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ କୁହାଯାଇଥିବା ବେଳେ ବ୍ଲୁମବର୍ଗ ଇଣ୍ଡେକ୍ସର ୨୦୨୪ ନଭେମ୍ବର ରିପୋର୍ଟ କହୁଛି କି, ତାଙ୍କ ପାଖରେ ରହିଛି ୭.୭ ଅରବ ଡଲାର ବା ୬୪,୮୫୫ କୋଟି ଟଙ୍କା ।

    ତେବେ ୨୦୧୬ ନିର୍ବାଚନ କାଳରେ ଟ୍ରମ୍ପ ସତ୍ୟପାଠରେ କହିଥିଲେ କି, ସେ ୪.୫ ଅରବ ଡଲାରରୁ ଅଧିକର ମାଲିକ । ସେତେବେଳେ ସେ ରାଷ୍ଟ୍ରପତି ହେବା ପରେ ତାଙ୍କ ସମ୍ପତ୍ତି ଅନେକ ହ୍ରାସ ପାଇଥିଲା । ୨୦୨୦ ଫୋବର୍ସ ରିପୋର୍ଟରେ ସେ ୨.୧ ଅରବ ଡଲାରକୁ ଖସିଯାଇଥିବା ଦର୍ଶା ଯାଇଥିଲା । କାର୍ଯ୍ୟକାଳ ସରିବା ପରେ ପୁଣି ସମ୍ପତ୍ତି ବଢିଥିଲା ଓ ୨୦୨୨ରେ ଏହା ୩ ଅରବରୁ ବୃଦ୍ଧି ପାଇ ୨୦୨୪ରେ ୭ ଅରବ ଡଲାର ହୋଇଛି ।
    ଟ୍ରମ୍ପଙ୍କ ସମ୍ପତ୍ତିର ସିଂହଭାଗ ତାଙ୍କ ସୋସିଆଲ ମିଡିଆ କମ୍ପାନୀ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପର ରହିଛି, ଏହା ୫.୬ ଅରବ ଡଲାର । ୨୦୨୪ରେ ଟ୍ରମ୍ପଙ୍କ ନିକଟରେ ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜିର ୧୧ଦ୪,୭୫ ମିଲିୟନ ସେୟାର ଓ ୩୬ ମିଲିୟନ ଅର୍ନଆଉଟ ସେୟାର ଥିଲା । ତାଙ୍କର ଫ୍ଲୋରିଡାରେ ଏକ କୋଟି ଡଲାରର ପାମ ବିଚ କୂଳରେ ଆକର୍ଷଣୀୟ ବଙ୍ଗଳା ରହିଛି । ଏହା ୨୦ ଏକର ଜାଗା ଉପରେ ରହିଛି । ଏଥିରେ ୫୮ ବେଡରୁମ, ୧୨ ଫାୟରପ୍ଲେସ, ଗୋଟିଏ ସ୍ପା, ସ୍ୱିମିଂପୁଲ, ଟେନିସ କୋର୍ଟ, ଗଲ୍ଫ କୋର୍ସ ମଧ୍ୟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    80 %
    1.3kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ