Thursday, October 15, 2026
28.2 C
Odisha

    ଟ୍ରମ୍ପଙ୍କ ବିଜୟ; ଇସ୍ରାଏଲର ଲୋକେ କାହିଁକି ଖୁସି ଜାଣନ୍ତୁ

    ଆଗକୁ ପଢନ୍ତୁ

    ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କହିବାକୁ ଗଲେ ଟ୍ରମ୍ପ ନିଜର ଷ୍ଟାଇଲ, ଚାଲିଚଳନି ସହ ବିବାଦକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି, ହେଲେ ଏଥର ଟ୍ରମ୍ପ ହ୍ୱାଇଟ ହାଉସରେ ବିଜୟର ପତାକା ଉଡାଇଛନ୍ତି ଏବଂ ସେ ଡେମୋକ୍ରାଟିକ ପାର୍ଟୀର ପ୍ରାର୍ଥୀ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ହରାଇଛନ୍ତି । ଟ୍ରମ୍ପଙ୍କ ଏହି ବିଜୟରେ ଇସ୍ରାଏଲର ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଇସ୍ରାଏଲ ଟିଭି ଚ୍ୟାନେଲରେ ଟ୍ରମ୍ପଙ୍କ ବିଜୟର ଉତ୍ସାହ ପ୍ରସାରିତ ହେଉଛି । ସେଠାରେ ସମସ୍ତେ .. ସ୍ଲୋଗାନ ଦେଉଛନ୍ତି । ଏଥିସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଇତିହାସର ସବୁଠୁ ବଡ଼ ପ୍ରତ୍ୟାବର୍ତ୍ତନକୁ ନେଇ ଅଭିନନ୍ଦନ! ହ୍ୱାଇଟ ହାଉସରେ ଆପଣଙ୍କର ଐତିହାସିକ ପ୍ରତ୍ୟାବର୍ତ୍ତନ ଆମେରିକା ପାଇଁ ଏକ ନୂଆ ଆରମ୍ଭ ଏବଂ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ମହାନ ମେଣ୍ଟ ପାଇଁ ଏକ ଶକ୍ତିଶାଳୀ ପ୍ରତିବଦ୍ଧତା ପ୍ରଦାନ କରିଥାଏ । ଏହା ଏକ ବଡ଼ ବିଜୟ । ଟ୍ରମ୍ପଙ୍କ ବିଜୟରେ ଇସ୍ରାଏଲର ଲୋକେ ବହୁତ ଖୁସି । କାରନ ଟ୍ରମ୍ପଙ୍କ ଗତ କାର୍ଯ୍ୟକାଳ ସମୟରେ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ସମ୍ବନ୍ଧ ବହୁତ ଭଲ ଥିଲା । ଏହାର କାରଣ ହେଉଛି ଯେ, ଟ୍ରମ୍ପ ଇସ୍ରାଏଲ ପକ୍ଷରେ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଥେରୁଶଲମକୁ ଇସ୍ରାଏଲର ରାଜଧାନୀର ମାନ୍ୟତା ଦେଇଥିଲେ ଏବଂ ଆମେରିକା ଦୂତାବାସକୁ ସେଠାରୁ ସ୍ଥାନାନ୍ତରିତ କରିବାରେ ସାମିଲ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ