Sunday, October 4, 2026
28.6 C
Odisha

    କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳକୁ ନେଇ ବଡ ବୟାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ବିଜେପିକୁ ନେଇ ବଡ ବୟାନ ଦେଇଛନ୍ତି। ଗଡ଼କରୀ କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ, ସେଥିପାଇଁ ଏହା ବାରମ୍ବାର ଲୋକଙ୍କ ବିଶ୍ୱାସ ଜିତିଆସୁଛି। କଂଗ୍ରେସ ଯାହା କରୁଥିଲା, ତାହା ଜାରି ରଖିଲେ କଂଗ୍ରେସ କ୍ଷମତା ଛାଡି ଆସିବାର କୌଣସି ଅର୍ଥ ନାହିଁ।ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଯେଉଁ ଭୁଲ କରୁଥିଲା, ବିଜେପି ସେହି ଭୁଲ କରିବା ଉଚିତ ନୁହେଁ, ଯେଉଁ କାରଣରୁ କି କଂଗ୍ରେସ କ୍ଷମତାରୁ ଦୂରେଇ ଯାଇଛି।ଆମକୁ ଏକ ଦୁର୍ନୀତିମୁକ୍ତ ଦେଶ ଗଠନ କରିବାକୁ ହେବ ଏବଂ ଏଥିପାଇଁ ଆମର ଏକ ଯୋଜନା ରହିବା ଉଚିତ୍ । ଆଗାମୀ ଦିନରେ ଦଳୀୟ କର୍ମୀମାନେ ଅନୁଭବ କରିବା ଦରକାର ଯେ ସାମାଜିକ ଓ ଅର୍ଥନୈତିକ ସଂସ୍କାର ଆଣିବା ପାଇଁ ରାଜନୀତି ଏକ ମାଧ୍ୟମ। ଗୋଆର ପାଣାଜୀଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଗଡକରୀ ଏହା କହିଛନ୍ତି।୪୦ ମିନିଟର ଭାଷଣରେ ଗଡ଼କରୀ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ ବିଜେପି ଏକ ଭିନ୍ନ ଚିନ୍ତାଧାରାର ଦଳ। ଆଡଭାନୀ କହୁଥିଲେ ଯେ ଆମେ ଏକ ଭିନ୍ନ ଚିନ୍ତାଧାରାର ଦଳ। ଆମକୁ ବୁଝିବାକୁ ହେବ ଯେ ଆମେ ଅନ୍ୟ ଦଳଠାରୁ କେତେ ଭିନ୍ନ ।ବୈଠକରେ ଉଦବୋଧନ ଦେଇ ଗଡ଼କରୀ ମହାରାଷ୍ଟ୍ରର ରାଜନୀତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ମହାରାଷ୍ଟ୍ରରେ ଜାତି ଭିତ୍ତିରେ ରାଜନୀତି କରିବାର ଧାରା ରହିଛି। କିନ୍ତୁ ଏପରି ନକରିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ ଲୋକଙ୍କୁ କହିଛନ୍ତି ଯେ ମୁଁ ଜାତି ଓ ଧର୍ମର ରାଜନୀତି କରିବି ନାହିଁ। ମୁଁ ଜାତିରେ ବିଶ୍ୱାସ କରେ ନାହିଁ । ଗଡ଼କରୀ କହିଛନ୍ତି ଯେ ଜଣେ ବ୍ୟକ୍ତିନିଜର ମୂଲ୍ୟବୋଧ ଦ୍ୱାରା ପରିଚିତ ହୋଇଥାଏ, ଜାତି ଦ୍ୱାରା ନୁହେଁ ।

    ଉଲ୍ଲେଖଯୋଗ୍ୟ, ଗଡକରୀଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ବିଧାନପରିଷଦ ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ମହାୟୁତି ୧୧ଟି ଆସନରୁ ୯ଟିରେ ବିଜୟୀ ହୋଇଛି। ପଙ୍କଜା ମୁଣ୍ଡେ, ପରିନେ ଫୁକେ, ଅମିତ ଗୋର୍ଖେ, ଯୋଗେଶ ତିଲେକର ଓ ସଦା ଭାଉ ଖୋତଙ୍କ ଭଳି ୫ ଜଣ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ