Sunday, October 4, 2026
28.6 C
Odisha

    ଗ୍ୟାସ ଚୁଲାରେ ପ୍ରସ୍ତୁତ କେଉଁସବୁ ଖାଦ୍ୟ ହୋଇଥାଏ କ୍ୟାନ୍ସରର କାରଣ : କଣ କହୁଛି ରିସର୍ଚ୍ଚ

    ଆଗକୁ ପଢନ୍ତୁ

    ଆଗରୁ  ଖାଦ୍ୟ ପ୍ରସ୍ତୁତ କାଠ ଚୁଲି, କୋଇଲା ଆଞ୍ଚରେ ହେଉଥିଲା, କିନ୍ତୁ ସମୟ ବଦଳିବା ମଣିଷ ଆଜି ପହଞ୍ଚିଛି ବିଞ୍ଚାନ ଯୁଗରେ ତେଣୁ ଘରେ ଘରେ ଗ୍ୟାସର ବ୍ୟବହାର ହେଉଛି lଅବଶ୍ୟ ଗାଁ ମାନଙ୍କରେ କିଛି ଲୋକ ବ୍ୟବହାର କରୁଛନ୍ତି, କିନ୍ତୁ ଏବେ ପ୍ରତ୍ୟେକଟି ଖାଦ୍ୟ ଗ୍ୟାସ ଚୁଲାରେ ପ୍ରସ୍ତୁତ ହେଉଛି l ସେହି ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ରୁଟି। ବିଶେଷଜ୍ଞଙ୍କ ମତରେ ଗ୍ୟାସ ଚୁଲାରେ ସିଧାସଳଖ ଭାବରେ ରୁଟି ସେକି ଖାଇବା ହୋଇପାରେ କ୍ୟାନ୍ସରର କାରଣ l ଯଦି ଆପଣଙ୍କ ମନରେ ଏହାକୁ ନେଇ କୌଣସି ପ୍ରଶ୍ନ ଉଠୁଛି ତେବେ ଏହାକୁ ଜାଣି ରଖିବା ଜରୁରୀ l

    କଣ ରହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ –
    ଏଭଳି ଅନେକ ଲୋକ ରହିଛନ୍ତି ଯିଏକି ଖୁବ ଶୀଘ୍ର ଖାଦ୍ୟ ପ୍ରସ୍ତୁତ କରିବାକୁ ଚାହିଁଥାଆନ୍ତି ଓ ସହଜ ଉପାୟ ଅବଲମ୍ବନ କରିଥାଆନ୍ତି ଗ୍ୟାସ ଚୁଲାରେ ରୁଟି ଖୁବ ଶୀଘ୍ର ପ୍ରସ୍ତୁତ ହୋଇଥାଏ, ତେଣୁ ପ୍ରାୟ ସମସ୍ତେ ରୁଟିକୁ ସିଧାସଳଖ ଗ୍ୟାସର ଆଞ୍ଚରେ ସେକି ଥାଆନ୍ତି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ଏହାକୁ ଆମେ ସିଧା ସଳଖ ଗ୍ୟାସ ଚୁଲାର ନିଆଁରେ ସେକି ଥାଉ ତେବେ ଏହି ରୁଟି ମଧ୍ୟକୁ ଅନେକ କେମିକାଲସ ଯାଇଥାଏ lଯାହା ଦ୍ୱାରା କ୍ୟାନସର ହେେବାର ଆଶଙ୍କା ଥାଏ।କେବଳ ଏତିକି ନୁହେଁ ଖୁବ ଅଧିକ ହାଇ ଫ୍ଲେମରେ ରୁଟି ସେକିବା ଦ୍ୱାରା ହେଟ୍ରେlସାଇକ୍ଲିକ ଏମାଇନ ଓ ପୋଲିସାଇକ୍ଲିକ ଏରୋମେଟିକ ହାଇଡ୍ରୋକାର୍ବନ ଭଳି କାର୍ସିନୋଜେନ୍ସର ସମ୍ପର୍କରେ ରୁଟି ଆସିଥାଏ l ଗ୍ୟାସ ଉପରେ ରୁଟି ସେକିଲେ କାର୍ବନମନୋକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ ସହିତ ଅନେକ ଭୟଙ୍କର ପ୍ରଦୂଷିତ କେମିକାଲଶ  ରୁଟି ମଧ୍ୟକୁ ଯାଇଥାଏ l

    ଏମ୍ସ ଚିକିତ୍ସକ ଙ୍କ ମତ –
    ଏମ୍ସ ର ଜଣାଶୁଣା ଡାଏଟିସିଏନ ଶିଖା କୁମାରୀଙ୍କ ମତରେ ପୂର୍ବରୁ ରୁଟିକୁ ଚୁଲି କିମ୍ବା କୋଇଲା ଆଞ୍ଚରେ ସେକା ଯାଉଥିଲା l କିନ୍ତୁ ବର୍ତମାନ ରୁଟିକୁ ଗ୍ୟାସରେ ସେକା ଯାଉଛି, ଡାଏଟିସିଏନଙ୍କ ମତରେ ରୁଟିକୁ ଗ୍ୟାସରେ ସିଧାସଳଖ ସେକିବା ଉଚିତ ନୁହେଁ l କପଡା ସାହାଯ୍ୟରେ ତାୱା ଉପରେ ସେକିବା ଜରୁରୀ l ନଚେତ କ୍ୟାନ୍ସର ଭଳି ଘାତକ ରୋଗରେ ପୀଡିତ ହୋଇ ପାରନ୍ତି l

    ଯଦି ଆପଣ ରୁଟି ଗ୍ୟାସରେ ସେକୁଛନ୍ତି ତେବେ ମଧ୍ୟମ ଆଞ୍ଚରେ ସେକନ୍ତୁ l କିମ୍ବା ତାୱାରେ ସେକନ୍ତୁ l

    ଅଧିକ ହାଇ ଫ୍ଲେମରେ ରୁଟି କଦାପି ସେକାନ୍ତୁ ନାହିଁ, ଏହାଦ୍ୱାରା କାର୍ସିନୋଜେନିକ୍ସ ନିର୍ଗତ ହୋଇଥାଏ ଯାହାକି ରୁଟି ପାଇଁ ଓ ଶରୀର ପାଇଁ କ୍ଷତି କାରକ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ