Tuesday, June 10, 2025
26.5 C
Odisha

କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ୭ ମାର୍ଚ୍ଚରୁ ହେବ ଅନଲାଇନ ଆବେଦନ

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପିଲାଙ୍କର ଆଡମିଶନ କରିବାକୁ ଅପେକ୍ଷା କରିଥିବା ଅଭିଭାବକଙ୍କ ପାଇଁ ବଡ଼ ଖବର। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଆଡମିଶନର ବିଜ୍ଞପ୍ତି ଜାରି କରାଯାଇଛି। ଏହା ମୁତାବକ ପ୍ରଥମ ଏବଂ ବାଳ ବାଟିକାରେ ପ୍ରବେଶ ପାଇଁ ଅନଲାଇନ ଆବେଦନ ୭ ମାର୍ଚ୍ଚ ସକାଳ ୧୦ଟାରୁ ଆରମ୍ଭ ହେବାକୁ ଯାଉଛି, ଯାହା ୨୧ ମାର୍ଚ୍ଚ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ।

କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ମୁତାବକ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ଛାତ୍ରଛାତ୍ରୀର ସର୍ବନିମ୍ନ ବୟସ ୬ ବର୍ଷ ହେବା ଆବଶ୍ୟକ। ଏହା ବ୍ୟତୀତ ବାଳ ବାଟିକା-୧, ୨ ଏବଂ ୩ରେ ପ୍ରବେଶ ପାଇଁ କ୍ରମଶଃ ୩ ରୁ ୪ ବର୍ଷ, ୪ ରୁ ୫ ବର୍ଷ ଏବଂ ୫ ରୁ ୬ ବର୍ଷ ଧାର୍ଯ୍ୟ କରାଯାଇଛି।

କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନର ପୂରା ସିଡ୍ୟୁଲ୍‌:

-କେଭି ରେ ଆଡମିଶନ କରିବାକୁ ଆବେଦନ ପାଇଁ https://kvsangathan.nic.inକୁ ଯିବାକୁ ପଡିବ।

-ପ୍ରଥମ ଶ୍ରେଣୀ ଏବଂ ବାଳ ବାଟିକା ୧ ବା ୨ରେ ଆଡମିଶନ ପାଇଁ ଅନଲାଇନ ଆବେଦନ ୭ ମାର୍ଚ୍ଚ ସକାଳ ୧୦ଟାରେ ଆରମ୍ଭ ହେବ।

-୨୧ ମାର୍ଚ୍ଚ ରାତି ୧୦ଟା ପର୍ଯ୍ୟନ୍ତ ଏହି କ୍ଲାସେସ ପାଇଁ ଆବେଦନ ସ୍ୱୀକାର କରାଯିବ।

-ଶ୍ରେଣୀରେ ଚୟନିତ ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଏବଂ ଭୋଟିଂ ସୂଚୀ ୨୫ ମାର୍ଚ୍ଚରେ ଜାରି କରାଯିବ।

-ବାଳ ବାଟିକାରେ ଚୟନୀତ ଛାତ୍ରଙ୍କ ଚୟନ ସୂଚୀ ଏବଂ ପ୍ରତୀକ୍ଷା ସୂଚୀ ୨୬ ମାର୍ଚ୍ଚରେ ଜାରି କରାଯିବ।

-କେଭିରେ ଆଡମିଶନ ପାଇଁ ଦ୍ୱିତୀୟ ଲିଷ୍ଟ ୨ ଏପ୍ରିଲରେ ଜାରି କରାଯିବ (ଯଦି ଆଡମିଶନ ପରେ ସିଟ୍ ଖାଲିପଡେ)।

-ଯଦି ବାଳ ବାଟିକାରେ ସିଟ୍ ଖାଲି ରୁହେ ତେବେ ଶିକ୍ଷାର ଅଧିକାର ଅନୁଯାୟୀ, ଅନୁସୂଚୀତ ଜାତି, ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଆଡମିଶନର ଦ୍ୱିତୀୟ ନୋଟିଫିକେସନ ୭ ଏପ୍ରିଲରେ ଜାରି କରାଯିବ।

-ଏପରି ଛାତ୍ରଙ୍କ ପାଇଁ ଆଡମିଶନ ପ୍ରୋସେସ ୮ ଏପ୍ରିଲରେ ଆରମ୍ଭ ହେବ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.5 ° C
26.5 °
26.5 °
83 %
3kmh
100 %
Tue
27 °
Wed
36 °
Thu
37 °
Fri
36 °
Sat
37 °

ସମ୍ବନ୍ଧିତ