Wednesday, February 5, 2025
29 C
Odisha

    କେନ୍ଦ୍ର ବଜେଟକୁ ନେଇ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମଧ୍ୟବିତ୍ତ ପରିବାରର ପକେଟ୍, ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କ ଉପରେ ଫୋକସ୍ କରାଯାଇଛି । ବଜେଟକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏଥିମଧ୍ୟରେ କେନ୍ଦ୍ର ବଜେଟକୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓଙ୍କ ପ୍ରତିକ୍ରିୟାରେ କହିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ବଜେଟ୍ । ଓଡ଼ିଶାର ପର୍ଯ୍ୟଟନ, ମହିଳା, ଗରିବ, ଯୁବ, କୃଷିଙ୍କ ପାଇଁ ବଜେଟ । ଶକ୍ତି କ୍ଷେତ୍ର ପାଇଁ ବି ବ୍ୟବସ୍ଥା ଅଛି । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ବୈଠକ ଡାକିଥିଲେ । ମୁଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯୋଗ ଦେଇଥିଲି । ଯାହା ଦାବି ଦେଉଥିଲୁ, ତାହା ପୂରଣ ହୋଇଥିବାରୁ ଧନ୍ୟବାଦ । ପର୍ୟ୍ୟଟନ କ୍ଷେତ୍ରରେ ମନ୍ଦିର, ଜଙ୍ଗଲ, ଇକୋ ଟୁରିଜିମ, ସମୁଦ୍ରକୂଳକୁ ନେଇ ବିକାଶ କଥା କହିଛନ୍ତି । ଏଠି କାମ ମିଳିବ, ଦାଦନ ଖଟିବାକୁ ଯିବାକୁ ପଡ଼ିବନି । ଓଡ଼ିଶାବାସୀ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମଳା ସୀତାରମଣକୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀ ପ୍ରଚାର ବେଳେ ଯାହା କହିଥିଲେ, ତାହା କରିଥିବାରୁ ଧନ୍ୟବାଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    25 %
    2.2kmh
    64 %
    Wed
    27 °
    Thu
    35 °
    Fri
    34 °
    Sat
    33 °
    Sun
    34 °

    ସମ୍ବନ୍ଧିତ