Thursday, March 26, 2026
26.8 C
Odisha

    କେବଳ ସ୍ବାଦକୁ ବଢାଇନଥାଏ ସୋରିଷ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଉପଯୋଗୀ

    ଆଗକୁ ପଢନ୍ତୁ

    ରୋଷେଇରେ ଆମେ ଅନେକ ଜିନିଷ ବ୍ୟବହାର କରୁ । ଏମିତି ଅନେକ ଜିନିଷ ରହିଛି ଯାହା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ରୋଷେଇରେ ମସଲା ଭାବରେ ଆମେ ସୋରିଷକୁ ବ୍ୟବହାର କରିଥାଉ । ଯାହା ଖାଦ୍ୟର ସ୍ବାଦ ବଢାଇବା ସହିତ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ । ଏହା ଦେଖିବାକୁ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏହା ଆମକୁ ଅନେକ ଲାଭ ପ୍ରଦାନ କରିଥାଏ ।

    ପୋଷକ ତତ୍ତ୍ୱରେ ଭରପୁର ହୋଇଥିବା ସୋରିଷ ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ । ଏହାକୁ ଖାଦ୍ୟରେ ଛୁଙ୍କ କରିବା ପାଇଁ ବ୍ୟବହାର କରାଯାଏ । ସୋରିଷ ମଞ୍ଜିରେ ଆଇରନ୍‌, କ୍ୟାଲସିୟମ୍‌, ସେଲେନିୟମ୍‌, ଫସଫରସ୍‌ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ହାଡକୁ ସୁସ୍ଥ ରଖିବା ସହ ହଜମ ଶକ୍ତି ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ବ୍ୟତୀତ ସୋରିଷ ସ୍ୱାସ୍ଥ୍ୟକୁ ଆହୁରୀ ଅନେକ ଲାଭ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସୋରିଷ ସ୍ୱାସ୍ଥ୍ୟ ପାଇଁ କିଭଳି ଲଭଦାୟକ ହୋଇଥାଏ ।

    ସଠିକ୍‌ ଭାବେ ହଜମ କରିଥାଏ :
    ସୋରିଷ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ । ଯେଉଁ ଲୋକଙ୍କୁ ହଜମ ହେବାରେ ସମସ୍ୟା ଅଛି, ସେମାନଙ୍କ ପାଇଁ ସୋରିଷ ଏକ ଭଲ ଉପଚାର ହୋଇଥାଏ । ବାସ୍ତବରେ ଏହା ଫାଇବରରେ ଭରପୁର ହୋଇଥାଏ । ଯାହା ଅନ୍ତନାଳୀର ଗତିକୁ ସହଜ କରିବାରେ ସାହାଯ୍ୟ କରେ । ଯାହାଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ ।

    ହାଡ ପାଇଁ ଉପକାରୀ :
    ସୋରିଷ ହାଡକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଏଥିରେ ସେଲେନିୟମ ନାମକ ତତ୍ତ୍ୱ ଅଛି, ଯାହା ଆପଣଙ୍କ ହାଡକୁ ଶକ୍ତିଶାଳୀ କରିଥାଏ । ଏହା ବ୍ୟତୀତ, ଏହି ମଞ୍ଜିରେ ଥିବା ଅଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ନଖ ଓ ଦାନ୍ତକୁ ସୁସ୍ଥ କରିଥାଏ ।

    ହାର୍ଟ ଭଲ ରହିଥାଏ :
    ପ୍ରାୟତଃ ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର କରାଯାଏ । ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ସହ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ୍‌ କରିଥାଏ ।

    ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ :
    ସୋରିଷ ମ୍ୟାଗ୍ନେସିୟମ୍‌ରେ ଭରପୁର ହୋଇଥାଏ, ଯାହା ଶରୀରକୁ ଯନ୍ତ୍ରଣା ଓ ଚାପରୁ ମୁକ୍ତି କରିଥାଏ । ଯଦି ଆପଣ ମଧ୍ୟ ମୁଣ୍ଡବିନ୍ଧାକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ ସୋରିଷ ଯଥେଷ୍ଟ ଲାଭଦାୟକ ହୋଇପାରେ ।

    ତ୍ୱଚା ପାଇଁ ଗୁଣକାରୀ :
    ଋତୁର ପରିବର୍ତ୍ତନ ହେବା ଦ୍ୱାରା ତ୍ୱଚାର ସମସ୍ୟା ହେବା ସ୍ୱଭାବିକ । ସେଥିପାଇଁ ଆପଣ ଆପଣଙ୍କ ସ୍କିନ୍‌ କେୟାର ରୁଟିନ୍‌ରେ ସୋରିଷ ସାମିଲ କାରିପାରିବେ । ଯାହା ତ୍ୱଚାକୁ ହାଇଡ୍ରେଟ୍‌ କରିବା ସହ ମୁହଁରେ ବ୍ରଣ ହେବାକୁ ଦିଏ ନାହିଁ । ଏହି ମଞ୍ଜିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମୁହଁ ଫୁଲାକୁ କମ୍‌ କରିବାରେ ସାହାଯ୍ୟ କରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ