Wednesday, April 1, 2026
27.7 C
Odisha

    କେବେ ପାଳତ ହେବ ଧନୁ ସଂକ୍ରାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚଳିତ ବର୍ଷ ପ୍ରାୟ ପ୍ରତ୍ୟେକ ପର୍ବପର୍ବାଣୀକୁ ନେଇ ଦ୍ବନ୍ଦ ଦେଖାଯାଇଥିଲା। ଏହାରି ଭିତରେ ପୁଣି ଧନୁ ସଂକ୍ରାନ୍ତିକୁ ନେଇ ମଧ୍ୟ ଦ୍ବନ୍ଦ ଦେଖାଯାଇଛି। କେତେଜଣ 15 ତାରିଖ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଆଉ କିଛି 16 ତାରିଖରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପାଞ୍ଜିରେ ମଧ୍ୟ ଦୁଇ ଦିନ ଉଲ୍ଲେଖ ରହିଥିବାରୁ କେବେ ପାଳନ ହେବ ତାକୁ ନେଇ ଦ୍ବନ୍ଦ ଦେଖାଯାଇଛି। ଦେଶରେ ଧନୁ ସଂକ୍ରାନ୍ତି 15 ତାରିଖରେ ପାଳନ ହେବାକୁ ଥିବା ବେଳେ ରାଜ୍ୟରେ 16 ତାରିଖରେ ପାଳନ ନେଇ ପାଞ୍ଜିରେ ଲେଖା ହୋଇଛି। ଶ୍ରୀମନ୍ଦିରରେ କିନ୍ତୁ 16 ତାରିଖରେ ପାଳିତ ହେବ ଧନୁ ସଂକ୍ରାନ୍ତି।

    ଏକ ଜୋତିର୍ବିଦଙ୍କ କହିବା ଅନୁସାରେ,ସୂର୍ଯ୍ୟ ଧନୁ ରାଶିକୁ ରାତି 10 ଟା ପରେ ଚଳନ କରିବେ। ତେଣୁ 15 ତାରିଖ ଅର୍ଥାତ୍ ଆଜି ପାଳନ କରିବା କଥା। କିନ୍ତୁ ଶ୍ରୀମନ୍ଦିରରେ 16 ତାରିଖରେ ପାଳନ କରାଯାଉଛି । ଶ୍ରୀମନ୍ଦିରରେ ନୀତି ଯେଉଁଦିନ ଉକ୍ତ ଦିନ ହିଁ ଓଡିଶାର ପାଳନ ହେଉଥିବାରୁ ଅନେକ ଲୋକ ଡିସେମ୍ବର 16 ତାରିଖ ଅର୍ଥାତ୍ ସୋମବାର ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଧନୁ ସଂକ୍ରାନ୍ତି ଠାରୁ ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ