Tuesday, July 14, 2026
26.8 C
Odisha

    କେଶ ଜନିତ ସମସ୍ୟା ଦେଖାଦେଉଛି କି? ତେବେ ବ୍ୟବହାର କରନ୍ତୁ ଏହି ହେୟାର ମାସ୍କ

    ଆଗକୁ ପଢନ୍ତୁ

    ଘନ ଏବଂ ସୁନ୍ଦର କେଶ ଝିଅମାନଙ୍କର ଏକ ସ୍ବପ୍ନ । ଲମ୍ବା, ଘନ କେଶ ଝିଅମାନଙ୍କ ସୁନ୍ଦରତାକୁ ଆହୁରି ବଢାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ପ୍ରଦୂଷଣ ଏବଂ ଖରାପ ଜୀବନଶୈଳୀ ପାଇଁ କେଶ ଉପରେ ଖରାପ ପ୍ରଭାବ ପଡୁଛି । ପୁରୁଷଙ୍କଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ଶିକାର ହେଉଛନ୍ତି ।

    କେଶ ଝଡିବା ସାଧାରଣ କଥା ପାଲଟିଗଲାଣି । ତେଣୁ ଏହି ସମସ୍ୟାକୁ ଦୂର କରିବାକୁ ଯାଇ ଅଧିକାଂଶ ଝିଅମାନେ ପାର୍ଲର ଯାଉଛନ୍ତି ଏବଂ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଏହି ସମସ୍ୟା ଦୂର ହୋଇନଥାଏ । ବେଳେବେଳେ ଏହି ଟ୍ରିଟମେଣ୍ଟଗୁଡ଼ିକ କେଶକୁ ଆମର ଆହୁରି ଖରାପ କରିଦେଇଥାଏ । କିନ୍ତୁ ଏହି ସବୁ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆପଣମାନେ କିଛି ଘରୋଇ ଉପାୟକୁ ଆପଣାଇ ପାରିବେ । ପ୍ରାକୃତିକ ଉପାୟ ଦ୍ୱାରା ଏହି ସମସ୍ୟାକୁ ରୋକାଯାଇପାରିବ । ପ୍ରାକୃତିକ ଉପାୟ ଆପଣାଇବା ଦ୍ବାରା କୌଣସି ସାଇଡ ଇଫେକ୍ଟ ପଡିନଥାଏ । ତେବେ ଆସନ୍ତୁ ଏହି ହେୟାର ମାସ୍କ ଗୁଡ଼ିକ ସମ୍ପର୍କରେ ଆସନ୍ତୁ ଜାଣିବା । ଯାହା ଆମ କେଶକୁ ଘନ ଏବଂ ମଜବୁତ କରିବାରେ ସାହାଯ୍ୟ କରିବ।

    ଅଣ୍ଡା ଓ ଦହି ହେୟାର ମାସ୍କ : ସୁସ୍ଥ ଶରୀର ପାଇଁ ଯେମିତି ପ୍ରୋଟିନର ଆବଶ୍ୟକତା ରହିଛି ସେହିପରି ମଜବୁତ କେଶ ପାଇଁ ମଧ୍ୟ ପ୍ରାଟିନର ଆବଶ୍ୟକତା ରହିଛି । ତେଣୁ ମଜବୁତ କେଶ ପାଇଁ ହେୟାର ମାସ୍କ ବ୍ୟବହାର କରିବା ଜରୁରୀ । ଅଣ୍ଡା ଓ ଦହି ମାସ୍କ କେଶ ପାଇଁ ଖୁବ୍ ପ୍ରଭାବଶାଳୀ ।  ଯାହା ଲଗାଇବା ଦ୍ବାରା କେଶକୁ ସ୍ମୁଥ୍ ରଖିଥାଏ । ଏଥିରୁ ପ୍ରୋଟିନ୍ ସମେତ ନ୍ୟୁଟ୍ରିଆଣ୍ଟସ୍ ମିଳିଥାଏ । ଏହି ହେୟାର ମାସ୍କକୁ ତିଆରି କରିବା ପାଇଁ ହେଲେ ୨ ରୁ ୩ଟି ଅଣ୍ଡା, ଦହି, ୧ ଚାମଚ ନଡିଆ ତେଲ, ଅଲିଭ୍ ଅଏଲ, ୧ ଚାମଚ ମହୁକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଲଗାଇ ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ ।

    ଆଲୋଭେରା ହେୟାର ମାସ୍କ : ଆଲୋଭେରା ଆମ କେଶ ପାଇଁ ଖୁବ୍ ଲାଭକାରୀ । ଯାହା ଶୁଷ୍କତା ଦୂର କରିବାରେ ସାହାଯ୍ୟ କରେ । ଏହି ଆଲୋଭେରା ଜେଲରେ ୨ଟି ଭିଟାମିନ୍ ଇ କ୍ୟାପସୁଲ ଏବଂ କାଷ୍ଟର ତେଲ ମିଶାଇ ମୁଣ୍ଡରେ ଲଗାନ୍ତୁ । କିଛି ଦିନ ମଧ୍ୟରେ ଫରକ୍ ଦେଖିବାକୁ ପାଇବେ ।

    ଅଳସୀ ଓ ଭେଣ୍ଡି ହେୟାର ମାସ୍କ : ୩ରୁ୪ ଚାମଚ ଅଳସୀକୁ ପାଣିରେ ଫୁଟାନ୍ତୁ ଏବଂ ଏହା ଜେଲ୍ ଭଳି ଘନ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ପରେ ସିଜା ଚାଉଳ ନେଇ ସେହି ଅଳସୀ ଜେଲ୍ ସହିତ ଭଲଭାବେ ମିଶାଇ ଦିଅନ୍ତୁ । ଏଥିରେ କିଛି ଆଲୋଭେରା ଜେଲ୍ ମିଶାନ୍ତୁ । ତିଆରି ହୋଇଥିବା ମାସ୍କକୁ ମୁଣ୍ଡରେ ଲଗାନ୍ତୁ । ଯାହା କେଶକୁ ପ୍ରଚୁର ପରିମାଣରେ ପୋଷଣ ଯୋଗାଇଥାଏ । ଏହାକୁ ନିୟମିତ ବ୍ୟବହାର କରିବା ଦ୍ବାରା କେଶର ଶୁଷ୍କତା କମିବା ସହିତ ସିଲ୍କ ଏବଂ ସୁନ୍ଦର ଦେଖାଯାଇଥାଏ ।

    କଦଳୀ ହେୟାର ମାସ୍କ : କଦଳୀ ନ୍ୟାଚୁରାଲ ଗୁଣରେ ଭରପୂର । ଯାହା କେଶକୁ ମଜବୁତ କରିଥାଏ । କଦଳୀରେ ଦହି ଏବଂ ୨ ଚାମଚ ମହୁକୁ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ପେଷ୍ଟକୁ କେଶରେ ଭଲ ଭାବେ ଲଗାଇ ୩୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହାପରେ ନର୍ମାଲ୍ ପାଣିରେ ମୁଣ୍ଡ ଧୋଇ ନିଅନ୍ତୁ ।

    ଯଦି ଆପଣଙ୍କର ଏହି ସବୁ କେଶ ଜନିତ ସମସ୍ୟା ରହିଛି ତେବେ ଏହି ଘରୋଇ ଉପାୟକୁ ଆପଣାନ୍ତୁ ।ଯାହା ଆପଣଙ୍କ ସମସ୍ୟାକୁ ଚୁଟକିରେ ଦୂର କରିଦେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.8 ° C
    26.8 °
    26.8 °
    76 %
    1.4kmh
    100 %
    Tue
    30 °
    Wed
    31 °
    Thu
    32 °
    Fri
    25 °
    Sat
    23 °

    ସମ୍ବନ୍ଧିତ