Friday, October 2, 2026
30.6 C
Odisha

    କେଶ ପାଇଁ ମେଥି

    ଆଗକୁ ପଢନ୍ତୁ

    ଦିନକୁ ଦିନ ବଦଳୁଥିବା ଜୀବନଶୈଳୀ, ଖାଦ୍ୟ, ପ୍ରଦୂଷଣ, ଧୂଳି କେବଳ ସ୍ୱାସ୍ଥ୍ୟ ଏବଂ ଚର୍ମ ଉପରେ ପ୍ରଭାବ ପକାଇ ନଥାଏ, ବରଂ ଏଥିପାଇଁ କେଶ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଆଜିକାଲି କେଶ ଝଡ଼ିବା ହେଉ କି କେଶ ଧଳା ପଡିଯିବା ଭଳି ସମସ୍ୟା ଅନେକଙ୍କ ସହ ଘଟୁଛି। ବିଶେଷ କରି ଖରାଦିନରେ ରୁପି ସମସ୍ୟା ମଧ୍ୟ ବଢ଼ିଯାଇଥାଏ। ଏହି କେଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ସାମ୍ପୁ ବ୍ୟବହାର କରନ୍ତି, କିନ୍ତୁ କେମିକାଲ ଯୋଗୁଁ ଏହା ଲାଭ ଦେବା ବଦଳରେ କେଶର କ୍ଷତି କରିଥାଏ। ଯଦି ଆପଣ କେଶ ଝଡ଼ିବା ସମସ୍ୟାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଘରୋଇ ଉପଚାର କହିବାକୁ ଯାଉଛୁ। ଏଥିପାଇଁ ଆପଣଙ୍କୁ କେଶରେ ମେଥି ପାଣି ଲଗାଇବାକୁ ପଡିବ। ଏହାଦ୍ୱାରା ଆପଣଙ୍କ କେଶ ଝଡ଼ିବା କମିଯିବା ସହ ପତଳା କେଶ ମୋଟା ହୋଇଯାଇଥାଏ। କାରଣ ମେଥିରେ ଥିବା ଲୌହର ପରିମାଣ ରକ୍ତ ସଞ୍ଚାଳନକୁ ଠିକ କରିବା ସହ କେଶକୁ ମଜଭୁତ କରିବା ସହ ରୁପିକୁ ମଧ୍ୟ ଦୂରେଇଦେଇଥାଏ। କିଭଳି ଓ କେମିତି ବ୍ୟବହାର କରିବେ ?
    ଏଥିପାଇଁ ସର୍ବପ୍ରଥମେ ଏକ ବଡ଼ ପାତ୍ରରେ ଏକ ଗ୍ଲାସ୍ ପାଣି ନିଅନ୍ତୁ। ଏହି ପାଣିରେ ମେଥି ରଖନ୍ତୁ ଏବଂ ରାତିସାରା ଭିଜିବା ପାଇଁ ଛାଡିଦିଅନ୍ତୁ। ସକାଳେ ମେଥିକୁ ଅଲଗା କରି ଏହି ପାଣିକୁ ଅଲଗା ପାତ୍ରରେ ରଖନ୍ତୁ। ବର୍ତ୍ତମାନ ଏହି ପାଣିରେ କିଛି ବୁନ୍ଦା କେଶ ତେଲ ମିଶାଇ ଏହି ଜଳକୁ ଏକ ସ୍ପ୍ରେ ବୋତଲରେ ରଖନ୍ତୁ। ଆପଣଙ୍କ କେଶରେ ମେଥି ପାଣି ସିଞ୍ଚନ କରିବା ପୂର୍ବରୁ ସାମ୍ପୁ ଲଗାନ୍ତୁ। ସାମ୍ପୁ ଲଗାଇବା ଦ୍ୱାରା କେଶ ମୂଳ ସଫା ହୋଇଯାଇଥାଏ। ଭଲ ଭାବରେ ମୁଣ୍ଡ ଧୋଇବା ପରେ ସେଥିରେ ମେଥି ମିଶା ପାଣି ସ୍ପ୍ରେ କରନ୍ତୁ। ଏହିପରି କେଶକୁ ଅତି କମରେ ୧ ଘଣ୍ଟା ଛାଡିଦିଅନ୍ତୁ। ଏହା ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ