Sunday, October 11, 2026
22.1 C
Odisha

    ଭାରତକୁ ସବୁଠାରୁ ବିଶ୍ୱସ୍ତ ବିକାଶ ସହଯୋଗୀ କହିଲେ ରାଷ୍ଟ୍ରପତି ମୁଇଜୁ: ‘ଇଣ୍ଡିଆ ଆଉଟ୍’ ପରେ ସବୁଠାରୁ ବିଶ୍ୱସ୍ତ ବନ୍ଧୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମାଳଦ୍ୱୀପ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଗଭୀର ଐତିହାସିକ ଓ ରଣନୈତିକ ସମ୍ପର୍କକୁ ଦୋହରାଇ କହିଛନ୍ତି, ଆମ ସମ୍ପର୍କର ଚେର ଇତିହାସଠାରୁ ପୁରୁଣା ଓ ସମୁଦ୍ର ପରି ଗଭୀର। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ମାଳଦ୍ୱୀପର ସବୁଠାରୁ ବିଶ୍ୱସ୍ତ ବିକାଶ ସହଯୋଗୀ ବୋଲି ବର୍ଣ୍ଣନା କରି ଦ୍ୱିପାକ୍ଷିକ ସମ୍ପର୍କ ଏକ ସକାରାତ୍ମକ ମୋଡ଼ ନେବାର ସଙ୍କେତ ଦେଇଛନ୍ତି। ବାଣିଜ୍ୟ, ପ୍ରତିରକ୍ଷା ଓ ସାମୁଦ୍ରିକ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମୁଇଜୁଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି।
    ମାଳଦ୍ବୀପର ପ୍ରତିରକ୍ଷା ଓ ଭିତ୍ତିଭୂମି ପାଇଁ ୪,୮୫୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୋଦୀ
    ଭାରତକୁ ସବୁଠାରୁ ବିଶ୍ୱସ୍ତ ବିକାଶ ସହଯୋଗୀ କହିଲେ ରାଷ୍ଟ୍ରପତି ମୁଇଜୁ।

    ‘ମାଳଦ୍ୱୀପର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ହୋଇଥିବାରୁ ଭାରତ ମଧ୍ୟ ଗର୍ବିତ। ବିପର୍ଯ୍ୟୟ ହେଉ ଅବା ମହାମାରୀ, ଭାରତ ସର୍ବଦା ‘ପ୍ରଥମ ପ୍ରତିକ୍ରିୟା’ ଦେଇ ଠିଆ ହୋଇଛି। ମାଳଦ୍ୱୀପର ପ୍ରତିରକ୍ଷା ସାମର୍ଥ୍ୟ ବିକାଶରେ ଭାରତ ସହଯୋଗ ଜାରି ରଖିବ। ଭାରତ ମହାସାଗର ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଆମର ମିଳିତ ଲକ୍ଷ୍ୟ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ୨୦୨୩ ନଭେମ୍ବରରେ ମୁଇଜୁ ‘ଇଣ୍ଡିଆ ଆଉଟ୍’ ଡାକରା ଦେଇ କ୍ଷମତାକୁ ଆସିବା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ଆସିଥିଲା। ମାଳଦ୍ୱୀପ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଦୀର୍ଘ କାଳ ଧରି ମାଳଦ୍ୱୀପର ନିକଟତମ ଓ ବିଶ୍ୱସ୍ତ ସହଯୋଗୀ ଭାବେ ଠିଆ ହୋଇଛି। ସୁରକ୍ଷା ଓ ବାଣିଜ୍ୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଏହା ବାହାରେ ବିଭିନ୍ନ କ୍ଷେତ୍ରକୁ ଆମର ସହଯୋଗ ବ୍ୟାପିଛି, ଯାହା ଆମ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ସ୍ପର୍ଶ କରୁଛି ବୋଲି ମୁଇଜୁ କହିଛନ୍ତି।

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମୟରେ ଭାରତ ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କା (୫୬୫ ନିୟୁତ ଆମେରିକୀୟ ଡଲାର) ଋଣ ରାଶି ଘୋଷଣା କରିଛି। ମାଳଦ୍ୱୀପରେ ଭିତ୍ତିଭୂମିର ବିକାଶ ସହ ଜଡିତ ପ୍ରକଳ୍ପ ପାଇଁ ଏହି ଅର୍ଥ ବ୍ୟବହୃତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଶ୍ଚିତ କରିଛନ୍ତି ଯେ ଉଭୟ ପକ୍ଷ ଖୁବ୍‌ଶୀଘ୍ର ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ଚୂଡ଼ାନ୍ତ କରିବେ ଏବଂ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ ହୋଇସାରିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଇଜୁ ମିଳିତ ଭାବେ ମାଲେରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ନୂତନ କୋଠା, ଆଡ୍ଡୁ ସହରରେ ସଡ଼କ ଓ ଡ୍ରେନେଜ୍ ବ୍ୟବସ୍ଥା ଏବଂ ହୁଲୁମାଲେରେ ୩,୩୦୦ ହାଉସିଂ ୟୁନିଟ୍ ସମେତ ଅନେକ ଭାରତ ସମର୍ଥିତ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀକୁ ୭୨ଟି ଯାନ ଓ ଉପକରଣ ହସ୍ତାନ୍ତର କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ