Monday, October 19, 2026
23.2 C
Odisha

    କୋଇଲା ବୋଝେଇ ଟ୍ରକକୁ ପିଟିଲା ଲୁହା ବୋଝେଇ ଟ୍ରେଲର, ୨ ଗୁରୁତର

    ଆଗକୁ ପଢନ୍ତୁ

    ରେଢାଖୋଲ  : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ନିକଟ ଦଳଖମଣ ବ୍ରିଜ୍‌ ଉପରେ ଏକ କୋଇଲା ବୋଝେଇ ଟ୍ରକ ଅନୁଗୋଳ ଯାଉଥିବା ବେଳେ ଏକ ଲୁହା ବୋଝେଇ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଉଭୟ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

    ଦୁର୍ଘଟଣା ଯୋଗୁ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି। ଦୁର୍ଘଟଣା ପରେ ବ୍ରିଜ୍‌ ଉପରେ ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିବାରୁ ଯାତାୟାତ ପ୍ରଭାବିତ ହୋଇଛି। ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଅନ୍ୟ ଗାଡ଼ି ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣାର କାରଣ ଓ ପରିସ୍ଥିତି ନେଇ ତଦନ୍ତ ଆରମ୍ଭ କରିଛି। ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ