Sunday, October 25, 2026
26.8 C
Odisha

    କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କୋଭିଡ୍ ପାଇଁ ଓଡିଶା ସୀମାରେ ହାଇଆଲର୍ଟ। ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ ପରେ ଓଡିଶା ସୀମାରେ ହାଇଆଲର୍ଟ ପାଇଁ ନିର୍ଦ୍ଦେଶ ଜାରି ରହିଛି। ଆନ୍ଧ୍ର ସୀମାନ୍ତ ଜିଲ୍ଲାର ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ୍ ଲକ୍ଷଣ ଦେଖାଗଲେ ସନ୍ଦିଗ୍ଧଙ୍କର ଟେଷ୍ଟ କରାନ୍ତୁ। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଓଡିଶାରେ କୋଭିଡ୍ ସତର୍କତା ଅଛି, ସବୁବେଳେ ଟେଷ୍ଟ କରାଯାଉଛି। ଆଗକୁ ରଥଯାତ୍ରା ଥିବାରୁ ନିୟମ ଅନୁସାରେ କୋଭିଡ୍ ଚିକିତ୍ସା ହେବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି।
    ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର କଡ଼ପ୍ପା ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆଉ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ଦୀର୍ଘ ୪ ବର୍ଷ ପରେ କରୋନା ଜନିତ ମୃତ୍ୟୁର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଗତ ଜୁନ ୨୮ ତାରିଖରେ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜରେ ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କୁ ପ୍ରଥମେ ତିରୁପତିର ଶ୍ରୀ ଭେଙ୍କେଟେଶ୍ବର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା; କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଭେଲୋର ସ୍ଥାନାନ୍ତର କରାଯାଇଥିଲା। ଏଠାରେ ସେ କରୋନା ସଂକ୍ରମିତ ବୋଲି ସ୍ପଷ୍ଟ ହୋଇଥିଲା। ସେ ମଧୁମେହ, ବୃକ୍‌କ ଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେହିପରି କରୋନା ସଂକ୍ରମିତ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ଘର କାଡ଼ପ୍ପା ଜିଲ୍ଲାର ମାସାପେଟାରେ ବୋଲି ଜଣାପଡ଼ିଛି।
    ଅନ୍ୟ ୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସେମାନଙ୍କ ଘରେ ସଙ୍ଗରୋଧ କରାଯାଇଥିବା ବେଳେ ଜଣେ ରୋଗୀଙ୍କୁ ହସ୍ପିଟାଲର ସ୍ପେସାଲ କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଚାରିଜଣ କରୋନା ଟିକାର ଡବଲ ଡୋଜ୍‌ ନେଇଥିଲେ। ଏପରି କି ସେମାନଙ୍କ ମଧ୍ୟରୁ ଜଣେ ବୁଷ୍ଟର ଡୋଜ ମଧ୍ୟ ନେଇଥିଲେ। କଡ଼ପ୍ପା ଭାଇରୋଲୋଜି ଲାବୋରେଟୋରୀରେ ହୋଇଥିବା ପରୀକ୍ଷାରୁ ସେମାନେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    45 %
    1.9kmh
    2 %
    Sun
    28 °
    Mon
    28 °
    Tue
    30 °
    Wed
    28 °
    Thu
    24 °

    ସମ୍ବନ୍ଧିତ