Monday, October 5, 2026
21.7 C
Odisha

    ବାଲେଶ୍ୱର କୋର୍ଟକୁ ପୁଣି ବୋମା; ତଲାସି ଜୋରଦାର

    ଆଗକୁ ପଢନ୍ତୁ

    ବାଲେଶ୍ୱର  : ବାଲେଶ୍ୱର କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଛି। କୋର୍ଟ ପରିସରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇ ଏକ ଇ-ମେଲ୍ ଆସିବା ପରେ ସମଗ୍ର କୋର୍ଟ ପରିସରରେ ଆତଙ୍କ ଓ ହଇଚଇ ସୃଷ୍ଟି ହୋଇଥିଲା। ପ୍ରଶାସନ ତୁରନ୍ତ ସତର୍କତା ଅବଲମ୍ବନ କରି କୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା।ଖବର ପାଇବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ବଳ ପହଞ୍ଚି ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ। କୋର୍ଟ ପରିସରର ପ୍ରତ୍ୟେକ ସ୍ଥାନକୁ ଯାଞ୍ଚ କରାଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

    ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବାଲେଶ୍ୱର କୋର୍ଟକୁ ଏଭଳି ବୋମା ଧମକ ମିଳିଥିଲା। ବାରମ୍ବାର ଏପରି ଧମକ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା ଓ କୋର୍ଟର କାର୍ଯ୍ୟ ପରିଚାଳନାକୁ ନେଇ ଚିନ୍ତା ବଢ଼ିଛି। ଧମକପୂର୍ଣ୍ଣ ଇ-ମେଲ୍‌ର ଉତ୍ସ ଚିହ୍ନଟ କରିବା ପାଇଁ ସାଇବର ଟିମ୍‌ର ସହଯୋଗରେ ତଦନ୍ତ ଜାରି ରହିଛି। ଇ-ମେଲ୍‌ଟି କେଉଁଠାରୁ ପଠାଯାଇଛି ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ