Sunday, October 4, 2026
28.6 C
Odisha

    କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ଦେଶବ୍ୟାପୀ ଧର୍ମଘଟ, ରାସ୍ତାକୁ ଓହ୍ଲାଇଲେ ଡାକ୍ତର

    ଆଗକୁ ପଢନ୍ତୁ

    କୋଲକାତା: ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲାପ୍ରତିବାଦରେ ଆଜି ଡାକ୍ତରଙ୍କ ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଆରମ୍ଭ ହୋଇଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ଏଭଳି ଡାକରା ଦିଆଯାଇଛି । ଆଇଏମଏ କହିଛି ଯେ ଧର୍ମଘଟ ସମୟରେ ନିୟମିତ ଓପିଡି, ଇଲେକ୍ଟିଭ୍ ଅସ୍ତ୍ରୋପଚାର କରାଯିବ ନାହିଁ। ୨୪ ଘଣ୍ଟିଆ ଆନ୍ଦୋଳନ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ ଏବଂ ଆହତଙ୍କ ଯତ୍ନ ନିଆଯିବ।

    ଏହି ଘଟଣାକୁ ନେଇ ଡାକ୍ତରମାନେ ୨୪ ଘଣ୍ଟିଆ ଧର୍ମଘଟ କରିବେ ବୋଲି ଆଇଏମ୍ଏ ଘୋଷଣା କରିବା ସହ ୫ଟି ଦାବି ଉପସ୍ଥାପନ କରିଛି। ଏଥିରେ ଆବାସିକ ଡାକ୍ତରଙ୍କ କାର୍ଯ୍ୟ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବା ଏବଂ କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧରେ ହିଂସା ରୋକିବା ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ପ୍ରମୁଖ ଦାବି ରହିଛି। ଏହି ଘଟଣାକୁ ବିରୋଧ କରି ଶୁକ୍ରବାର (୧୬ ଅଗଷ୍ଟ ୨୦୨୪) ତାମିଲନାଡୁର ତିରୁନେଲଭେଲିରେ ଶତାଧିକ ଡାକ୍ତର ମହମବତୀ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

    ଏହାର ପ୍ରତିବାଦରେ ଏମ୍ସ ଋଷିକେଶର ଡାକ୍ତର ଓ ନର୍ସିଂ ଷ୍ଟାଫ୍ ମାନେ ପଦଯାତ୍ରା କରିଥିଲେ। ଏହି ଘଟଣାକୁ ନେଇ ଇନ୍ଦୋରର ଡାକ୍ତରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରେ ମଧ୍ୟ ଶୁକ୍ରବାର ରାତିରେ (୧୬ ଅଗଷ୍ଟ ୨୦୨୪) ଡାକ୍ତର ଓ ନର୍ସିଂ କର୍ମଚାରୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ। ଦେଶର ସବୁ ରାଜ୍ୟରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ