Sunday, September 13, 2026
28.7 C
Odisha

    ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀଙ୍କ ପରଲୋକ

    ଆଗକୁ ପଢନ୍ତୁ

    ପୂର୍ବତନ ବିଧାୟକ ସୁନ୍ଦର ମୋହନ ମାଝୀ ଆଉ ନାହାନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୁନ୍ଦର ଗତକାଲି ସକାଳେ ରାଜଧାନୀ ଭୁବନେଶ୍ୱର ଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ମାଝୀ ଦୀର୍ଘଦିନ ଧରି ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ୧୯୮୦ ବିଧାନସଭା ନିର୍ବାଚନରେ ଶ୍ରୀ ମାଝୀ କଂଗ୍ରେସ ଟିକେଟରେ ପ୍ରାର୍ଥୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଶୋଇ ବ୍ଲକ ନୂଆଗାଁ ପଞ୍ଚାୟତର ଶ୍ରୀରାମପୁର ଗ୍ରାମ ତାଙ୍କର ପୈତୃକ ଗାଁ ହୋଇଥିବା ବେଳେ ସେ ବଡ଼ମଣଦା ଗ୍ରାମରେ ରହୁଥିଲେ । ଶ୍ରୀ ମାଝୀଙ୍କ ବିୟୋଗରେ ରାଜ୍ୟ ରାଜନୈତିକ କ୍ଷେତ୍ର ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ତାଙ୍କର ବନ୍ଧୁ ପରିଜନ, ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ