SCLର ଏହି ଘୋଷଣା ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଉପରେ ସିଧାସଳଖ ପ୍ରଭାବ ପକାଇବ । ଯେଉଁଠାରେ ୱାନିନ୍ଦୁ ହସରଙ୍ଗା, ନୁୱାନ ତୁଷାରା,ମାଥିଶା ପଥିରଣା ଏବଂ ଇଶାନ ମାଲିଙ୍ଗା ଭଳି ଖେଳାଳିମାନେ ଆଗାମୀ କିଛି ସପ୍ତାହ ମଧ୍ୟରେ ଆସିବାକୁ ଯାଉଛନ୍ତି । ଦୁଷ୍ମନ୍ତ ଚାମୀରା, ପଥୁମ୍ ନିସାଙ୍କା ଏବଂ କାମିନ୍ଦୁ ମେଣ୍ଡେସ୍ ‘‘ଶାରୀରିକ ପ୍ରଦର୍ଶନ ପରୀକ୍ଷା’’ ପାସ୍ କରିବା ସହ IPLଖେଳିବା ପାଇଁ ମଧ୍ୟ ଅନୁମତି ପାଇସାରିଛନ୍ତି ।
IPLରେ ସାମିଲ ହେବା ପାଇଁ ନୁୱାନ ତୁଷାରାଙ୍କ NOC ପାଇଁ ଯୋଗ୍ୟତା ତାଙ୍କ ଶାରୀରିକ ପ୍ରଦର୍ଶନ ପରୀକ୍ଷା ଫଳାଫଳ ଉପରେ ନିର୍ଭର କରିବ । ଏଥିସହ IPL ୨୦୨୬ରେ ସାମିଲ ହେବା ପାଇଁ NOC ଅନୁରୋଧ କରିଥିବା ୱାନିନ୍ଦୁ ହସରଙ୍ଗା, ଇଶାନ ମାଲିଙ୍ଗା ଏବଂ ମାଥିଶା ପଥିରଣା ଏପର୍ଯ୍ୟନ୍ତ ସୁଦ୍ଧା ଶାରୀରିକ ପରୀକ୍ଷା ଦେଇନାହାଁନ୍ତି । ସେମାନେ ଆଘାତରୁ ସୁସ୍ଥ ହେବାକୁ ପୁନର୍ବାସ କରୁଛନ୍ତି ବୋଲି ବୋର୍ଡ କହିଛି । ଏହି ୩ ଜଣ ଖେଳାଳି T20 ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଆଘାତ ପାଇଥିଲେ । ପାଥିରାଣା IPL ସିଜିନର ପ୍ରାରମ୍ଭିକ ମ୍ୟାଚ୍ ଖେଳିପାରିବେ ନାହିଁ । ସେ କେବଳ ଏପ୍ରିଲ ମଧ୍ୟଭାଗରୁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଫିଟନେସ୍ ଉପରେ ମଧ୍ୟ ଏହି ନୂତନ ଗୁରୁତ୍ବ ପ୍ରମୋଦାୟ ବିକ୍ରମସିଘେଂଙ୍କ ଦ୍ବାରା ଗଠିତ ନୂତନ ଜାତୀୟ ପୁରୁଷ ଚୟନ କମିଟି ଏବଂ ଶ୍ରୀଲଙ୍କା ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟର ଏକ ପଦକ୍ଷେପ ବୋଲି ବିଶ୍ବାସ କରାଯାଏ । ଯେହେତୁ ଶ୍ରୀଲଙ୍କା ମେ ମାସ ଶେଷ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ କରାଯିବ ନାହିଁ ତେଣୁ ଏହି ସମୟକୁ ଟ୍ରେନିଂ ପାଇଁ ପ୍ରମୁଖ ସମୟ ଭାବେ ବାଛିଛି । ଶାରୀରିକ ପ୍ରଦର୍ଶନ ପରୀକ୍ଷାରେ ଦୁଇ କିଲୋମିଟର ଦୌଡ଼ ସମେତ ବିଭିନ୍ନ ପରୀକ୍ଷା ସାମିଲ ହେବ । ଯାହା ବୋର୍ଡ ପକ୍ଷରୁ ସୂଚନା ମିଳୁଛି ।
ଅନ୍ୟପଟେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ‘‘ ବର୍ତ୍ତମାନ SLC ଜାତୀୟ ଚୁକ୍ତିନାମା ଥିବା ସମସ୍ତ ଖେଳାଳିଙ୍କ ପାଇଁ ୮ ସପ୍ତାହର ଏକ ସ୍ବତନ୍ତ୍ର ଶାରୀରିକ ତାଲିମ କାର୍ଯ୍ୟକ୍ରମ ଚଲାଉଛି । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଆଗାମୀ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତି ଖେଳାଳିଙ୍କ ଶାରୀରିକ ପ୍ରଦର୍ଶନ ସ୍ତରକୁ ଉନ୍ନତି କରିବା । ଏହି କାର୍ଯ୍ୟକ୍ରମ ସହିତ ଖେଳାଳିମାନେ ବାଧ୍ୟତାମୂଳକ ଶାରୀରିକ ପ୍ରଦର୍ଶନ ପରୀକ୍ଷା ମଧ୍ୟ ଦେଉଛନ୍ତି । ଏହା ଖେଳାଳିଙ୍କ ଫିଟନେସ୍ ସ୍ତର ମୂଲ୍ୟାଙ୍କନ ପାଇଁ ଅନୁସରଣ କରାଯାଉଥିବା ଏକ ନିୟମିତ ପ୍ରକ୍ରିୟା । କେବଳ ସେହି ଖେଳାଳିମାନେ ଯେଉଁମାନେ ଶାରୀରିକ ପ୍ରଦର୍ଶନ ପରୀକ୍ଷାର ନିର୍ଦ୍ଧାରିତ ମାନଦଣ୍ଡକୁ ସଫଳତାର ସହ ପୂରଣ କରିବେ । ସେମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଅନୁମତି ଦିଆଯିବ । IPL ୨୦୨୬ରେ ସାମିଲ କରିବା ପାଇଁ ସେମାନଙ୍କୁ NOC ମଧ୍ୟ ଦିଆଯିବ ।
