Saturday, March 21, 2026
19 C
Odisha

    କ୍ଷମା ମାଗିଲେ ମନୋଜ ମିଶ୍ର

    ଆଗକୁ ପଢନ୍ତୁ

    ସବୁବେଳେ ବିବାଦକୁ ଆସୁଥିବା ମନୋଜ ମିଶ୍ର ଶେଷରେ ମୁହଁ ଖୋଲି କ୍ଷମା ମାଗିଛନ୍ତି। ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାଙ୍କୁ ନେଇ ବ୍ରିଭାନ୍ତିକରଣ ମନ୍ତବ୍ୟ ଘଟଣା ପରେ ସେ ବିଭିନ୍ନ ଆଡୁ ଚାପର ଶିକାର ହୋଇଥିଲେ। ପରେ ସେ କ୍ଷମାପ୍ରାର୍ଥନା କରିଛନ୍ତି। ରବିବାର ରାତିରେ ଏ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସେ କ୍ଷମା ମାଗିଛନ୍ତି ।
    ସେ କହିଛନ୍ତି ବ୍ୟାସ କବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ । ଯଦି ଅଜାଣତରେ ମୁଁ କାହା ମନରେ ଦୁଃଖ ଦେଇଥାଏ ତେବେ ସେଥିପାଇଁ ମୁଁ ଦୁଃଖିତ ବୋଲି ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ମନୋଜ ମିଶ୍ର ଦେଇଥିବା ବିବାଦୀୟ ବୟାନକୁ ନେଇ ବାଲେଶ୍ବରରେ ତୀବ୍ର ବିରୋଧ କରାଯାଇଥିଲା । ଏପରି କି ରବିବାର ସକାଳେ ବାଲେଶ୍ବର ଟାଉନ ଥାନାରେ ମନୋଜ ମିଶ୍ରଙ୍କ ନାଁରେ ଏତଲା ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ