Friday, December 19, 2025
14.6 C
Odisha

    କ୍ଷୀରରେ ଗୁଡ଼ ମିଶାଇ ପିଅନ୍ତୁ, ଗଣ୍ଠି ଯନ୍ତ୍ରଣା ସମେତ ଦୂର ହେବ ଅନେକ ସ୍ୱାସ୍ଥ୍ୟ ସମସ୍ୟା

    ଆଗକୁ ପଢନ୍ତୁ

    ପ୍ରାଚୀନ କାଳରୁ କ୍ଷୀର ଏବଂ ଗୁଡ଼ ଉଭୟ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ ବୋଲି ବିବେଚନା କରାଯାଏ । ଶୀତ ଋତୁରେ ଲୋକମାନେ ବହୁତ ଉତ୍ସାହର ସହିତ ଗୁଡ଼ ଖାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି କ୍ଷୀର ସହ ଗୁଡ଼ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇପାରେ । ତଥାପି, ଉତ୍ତମ ଫଳାଫଳ ହାସଲ କରିବାକୁ, ଏହାକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ଡାଏଟ୍ ପ୍ଲାନର ଏକ ଅଂଶ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଆସନ୍ତୁ କ୍ଷୀର ଏବଂ ଗୁଡ଼ ମିଶାଇ ପିଇବାର ଉପକାରିତା ବିଷୟରେ ଜାଣିବା।

    ଗଣ୍ଠି ଯନ୍ତଣାରୁ ମୁକ୍ତି:

    ଗୁଡ଼ କ୍ଷୀର ମାଂସପେଶୀକୁ ଆରାମ ଦେବା ସହିତ ହାଡକୁ ମଜବୁତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ । ଯଦି ଆପଣ ଗଣ୍ଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ଗୁଡ଼ ସହିତ କ୍ଷୀର ପିଇବା ଆରମ୍ଭ କରିବା ଉଚିତ୍ । ଗୁଡ଼ କ୍ଷୀର ସାହାଯ୍ୟରେ ହିମୋଗ୍ଲୋବିନ୍ ଅଭାବକୁ ମଧ୍ୟ ଦୂର କରାଯାଇପାରିବ । ତେଣୁ ରକ୍ତହୀନତାରେ ପୀଡିତ ରୋଗୀଙ୍କୁ ଗୁଡ଼ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଏ ।

    କ୍ଷୀର ଏବଂ ଗୁଡ଼ ମିଶାଇ ପିଇବାର ଉପକାରିତା:

    କେବଳ ଯେ ଗଣ୍ଠି ଯନ୍ତ୍ରଣା ତା’ ନୁହେଁ ଗୁଡ଼ କ୍ଷୀର ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଗ୍ୟାସ୍, ବଦହଜମୀ ଏବଂ ଏସିଡ଼ିଟିରୁ ମୁକ୍ତି ପାଇବା ପାଇଁ ଗୁଡ଼ କ୍ଷୀର ପିଇପାରିବେ । ମେଟାବୋଲିଜିମ୍ ବଢାଇବା ପାଇଁ ମଧ୍ୟ ଆପଣ କ୍ଷୀର ଏବଂ ଗୁଡ଼ ମିଶାଇ ଏକାଠି ପିଇପାରିବେ । ଏହା ବ୍ୟତୀତ ଗୁଡ଼ କ୍ଷୀର ପିଇବା ଦ୍ୱାରା ଆପଣ ନିଜର ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରିପାରିବେ । ରାତିରେ ଗୁଡ଼ କ୍ଷୀର ପିଇବା ଦ୍ୱାରା ଭଲ ନିଦ ମଧ୍ୟ ଆସିଥାଏ ।

    ଗୁଡ଼ କ୍ଷୀର କିପରି ତିଆରି କରିବେ:

    ସର୍ବପ୍ରଥମେ ଆପଣଙ୍କୁ ଏକ ପାତ୍ରରେ କ୍ଷୀରକୁ ଗରମ କରିବାକୁ ପଡିବ । ବର୍ତ୍ତମାନ ଏଥିରେ ଏକ କିମ୍ବା ଦୁଇ ଚାମଚ ଗୁଡ଼ ପାଉଡ଼ର କିମ୍ବା ଏକ ଛୋଟ ଗୁଡ଼ ଖଣ୍ଡ ମିଶାନ୍ତୁ । ଭଲ ଫଳାଫଳ ପାଇବା ପାଇଁ ଶୋଇବା ପୂର୍ବରୁ ଗୁଡ଼ କ୍ଷୀର ପିଅନ୍ତୁ । ପ୍ରତିଦିନ ପୁଷ୍ଟିକର ଗୁଡ଼ କ୍ଷୀର ପିଅନ୍ତୁ ଏବଂ କେବଳ ଏକ ମାସ ମଧ୍ୟରେ ହିଁ ଆପଣ ନିଜେ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.6 ° C
    14.6 °
    14.6 °
    47 %
    1.7kmh
    0 %
    Fri
    14 °
    Sat
    27 °
    Sun
    27 °
    Mon
    27 °
    Tue
    28 °

    ସମ୍ବନ୍ଧିତ