Thursday, March 12, 2026
36.4 C
Odisha

    ଖଡ଼ିଆଳ ଥାନା ପୋଲିସକୁ ବଡ଼ ସଫଳତା: ୩୭ ଲକ୍ଷ ଜବତ, ୪ ଗିରଫ

    ଆଗକୁ ପଢନ୍ତୁ

    ନୂଆପଡ଼ା: ଖଡ଼ିଆଳ ଥାନା ପୋଲିସକୁ ବଡ଼ ସଫଳତା । ଏକ ବଡ଼ ଧରଣର ଲୁଟ ଘଟଣାର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ନଗଦ ୩୭ ଲକ୍ଷ ୪୦ହଜାର ଟଙ୍କା ସହ ୭ଲକ୍ଷର ସୁନା ଅଳଙ୍କାର ଓ ୧୦ ଲକ୍ଷର ରୁପା ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଗତ ଶିବରାତ୍ରି ଦିନ ବିଳମ୍ବିତ ରାତରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଟୁପଡାର ପ୍ରବୀଣ ଅଗ୍ରୱାଲଙ୍କ ଘରୁ ଲୁଟ କରିଥିଲେ ଅଭିଯୁକ୍ତ। ଟ୍ରେଜେରି ଟ୍ରଙ୍କ ସହ ୩୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଓ ସୁନା ରୁପା ଅଳଙ୍କାର ଚୋରି ହୋଇଥିଲା।

    ଥାନାରେ ଅଭିଯୋଗ ପରେ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଖଡ଼ିଆଳ ପୋଲିସ। ଘଟଣାର ତଦନ୍ତ କରି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ଟଙ୍କା ଓ ଅଳଙ୍କାର ଜବତ କରିଛି । ଏହାସହ ୪ଟି ଫୋନ ଓ ୨ଟି ବାଇକକୁ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ ଖଡ଼ିଆଳ ଥାନା ଅନ୍ତର୍ଗତ ଅଞ୍ଚଳପୁର ଗାଁର ଗଣେଶ ଠେଲା,ଭୋଲେଶ୍ୱର ଠେଲା, ଚୂଡ଼ାମଣି କାଣ୍ଡ ଓ ହେମନ୍ତ କଟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ