Monday, July 13, 2026
27.3 C
Odisha

    ଖଣ୍ଡଗିରି ସିକ୍ରେଟ କାଫେରେ ଅଗ୍ନିକାଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବର ଖଣ୍ଡଗିରି ପାଖରେ ଜଳିଗଲା କାଫେ । ଦ୍ବିତୀୟ ମହଲାରେ ଥିବା କାଫେରେ ଅଗ୍ନିକାଣ୍ଡ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ପରେ ଲୋକମାନେ ବାହାରକୁ ଆସିଯାଇଥିଲେ । ଅଗ୍ନିଶମ ବାହିନୀ ଲୋକଙ୍କୁ ଉଦ୍ଧାର ସହ ନିଆଁ ଲିଭାଇଥିଲା ।

    ତେବେ ନିଆଁ ଲାଗିଥିବା କାଫେର ନାମ ସିକ୍ରେଟ ବୋଲି ଜଣାପଡିଛି । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ତେବେ ନିଆଁ ଲାଗିବା ସମୟରେ କାଫେରେ 5ରୁ 6ଜଣ ବ୍ୟକ୍ତି ରହିଥିଲେ । ହେଲେ ଅଳ୍ପକେ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ନିଆଁ ଲାଗିବା ପରେ କାଫେ ସମ୍ପୁର୍ଣ୍ଣ ଜଳିଯାଇଥିବା କହିଛନ୍ତି କାଫେ ମାଲିକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ