Sunday, February 8, 2026
14.2 C
Odisha

    ଖରାଦିନେ ଆଖୁ ରସର ସ୍ବାସ୍ଥ୍ୟ ଉପକାରିତା

    ଆଗକୁ ପଢନ୍ତୁ

    ଶରୀର ସୁସ୍ଥ ରହିଲେ ଆମକୁ ଫୂର୍ତ୍ତି ଅନୁଭବ ହୋଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଅନେକ ଉପଚାରକୁ ଆପଣାଇ ଥାଆନ୍ତି । କିଏ ଜିମ୍ ଯାଆନ୍ତି ତ ଆଉ ପୁଣି କିଏ ପୋଷକଯୁକ୍ତ ଖାଦ୍ୟ ତାଙ୍କ ଖାଇବା ଲିଷ୍ଟରେ ଆଡ୍ କରିଥାଆନ୍ତି । ତେଣୁ ପନିପରିବାଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ସମସ୍ତ ଜିନିଷ ଆମ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ ।

    ସୁସ୍ଥ ଶରୀର ପାଇଁ ଜୁସ ଖୁବ ଲାଭକାରୀ । ଖାଲି ପନିପରିବା ନୁହେଁ ଫଳ ଜୁସ ବି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭକାରୀ । ଋତୁ ଅନୁସାରେ ମିଳୁଥିବା ଫଳ ଜୁସ ପିଇଲେ ଶରୀରକୁ ଆବଶ୍ୟକ ମୁତାବକ ପୋଷକ ତତ୍ତ୍ୱ ମିଳିଥାଏ । କିନ୍ତୁ କିଛି ଫଳ ଏମିତି ଅଛି ଯାହାର ଜୁସ ବର୍ଷର ଯେକୌଣସି ସମୟରେ ବି ପିଇଲେ ଆପଣଙ୍କ ଶରୀରକୁ ଫାଇଦା ମିଳିଥାଏ ।

    ଖୁବ୍ ଶୀଘ୍ର ଖରାଦିନ ଆସିବାକୁ ଯାଉଛି । ଖରା ଦିନରେ ଥଣ୍ଡା ଥଣ୍ଡା ଆଖୁ ରସ ପିଇବାକୁ କିଏ ବା ନ ଚାହେଁ । ଆଖୁ ରସ ଯେତିକି ସ୍ବିାଦଷ୍ଟ ଲାଗିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର ହୋଇଥାଏ । ଆଖୁରେ ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ । ଶୀତଋତୁରେ ଏହାର ରସ ଶରୀରକୁ ପୋଷକ ଯୋଗାଇଥିବା ବେଳେ ଗରମ ଦିନରେ ଏହା ଥଣ୍ଡା ରଖିଥାଏ । ଖାଲି ସେତିକି ନୁହେଁ ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ । ଆଉ ସବୁଠୁ ବଡ କଥା ହେଉଛି ଆଖୁରସରେ ଫ୍ୟାଟ ଖୁବ କମ ପରିମାଣରେ ଥାଏ । ତେବେ ଆସନ୍ତୁ ଆଖୁର ଆଉ କିଛି ଉପକାରୀ ଗୁଣ ବିଷୟରେ ଜାଣିବା ।

    ଆଖୁରସରେ କିଛି ଲେମ୍ବୁରସ, ହାଲୁକା ସୈନ୍ଧବ ଲୁଣ ମିଶାଇ ପିଇଲେ ଶରୀରକୁ ଏନର୍ଜି ମିଳିଥାଏ |

    ଆଖୁରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ସହ ଫ୍ରେସ ଆଖୁ ରସ ପିଇଲେ ଜଣ୍ଡିସ, ଆନିମିଆ, ଏସିଡ଼ିଟି ପରି ରୋଗରୁ ମୁକ୍ତି ମିଳିଥାଏ ।

    ପେଟ ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ।

    ଆଖୁରେ ପ୍ରଚୁର ଗ୍ଲୁକୋଜ ଥିବାରୁ ଏହା ଶରୀରର ଗ୍ଲୁକୋଜକୁ ବାଲାନ୍ସ କରିଥାଏ । ତେଣୁ ଏହାକୁ ଡାଇବେଟିସ ରୋଗୀ ମାନେ ମଧ୍ୟ ପିଇପାରିବେ । ଆଉ ଏଥିରେ କୌଣସି ପ୍ରକାର କେମିକାଲ ନଥାଏ । ଯାହା ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ ।

    ଏହା ବ୍ୟତୀତ ଅନେକ ବଡ ବଡ ରୋଗ ପାଇଁ ଆଖୁରସ ଗୁଣକାରୀ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି । ଜଣ୍ଡିଜ ରୋଗୀମାନେ ନିୟମିତ ଭାବରେ ଏହାର ରସ ପିଇଲେ ସେମାନଙ୍କ ଲିଭର ସୁସ୍ଥ ରହିଥାଏ । ଯାହାକୁ ଲିଭରର ସଂଜୀବନୀ ଭାବେ ପ୍ରମାଣିତ ହୋଇଛି ।

    ଆଖୁ ରସ ଇମ୍ୟୁନିଟି ବୃଦ୍ଧି କରିବା ସହ ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

    ଖୁବ କମ ଲୋକ ଜାଣନ୍ତି ଆଖୁ ରସ ତ୍ୱଚାରେ ଚମକ ଆଣିପାରେ । ଆଖୁ ରସ ପିଇବା ଦ୍ୱାରା ବ୍ରଣ ଆଦିରୁ ମଧ୍ୟ ମୁକ୍ତି ମିଳିଥାଏ ।

    ଆଖୁରସ ପିଇଲେ ଏହା ରକ୍ତ ସଫା କରିବା ସହ ଏଥିରେ ଥିବା କ୍ୟାଲସିୟମ, ମ୍ୟାଗନେସିୟମ, ଫସରଫରସ, ଆଇରନ, ପୋଟାସିୟମ ଆମ ହାଡ ମଜବୁତ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.2 ° C
    14.2 °
    14.2 °
    27 %
    1.2kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ