Thursday, March 19, 2026
24.8 C
Odisha

    ଖରାଦିନେ କଞ୍ଚା ଆମ୍ବର ଚମତ୍କାରୀ ଫାଇଦା

    ଆଗକୁ ପଢନ୍ତୁ

     

    କଞ୍ଚା ଆମ୍ବର ନାଁ ଶୁଣିଲେ ହିଁ ପାଟିରେ ଲାଳ ଆସିଯାଏ । ଆମ୍ବ ପଣା, ଆମ୍ବ ଚଟନି ଆଦି କଞ୍ଚା ଆମ୍ବରୁ ତିଆରି । କିନ୍ତୁ କଣ ଆପଣ ଜାଣିଛନ୍ତି କଞ୍ଚା ଆମ୍ବ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଆମେ ଆଜି କଞ୍ଚା ଆମ୍ବ ଖାଇବାର ଲାଭ ସମ୍ପର୍କରେ ଜାଣିବା ।

    କଞ୍ଚା ଆମ୍ବ ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ଅଟେ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, କ୍ୟାଲସିୟମ୍, ଆଇରନ୍, ଫାଇବର, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । କଞ୍ଚା ଆମ୍ବ ଗ୍ରୀଷ୍ମ ଋତୁର ଉତ୍ତାପରୁ ରକ୍ଷା କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ ।

    ଡିହାଇଡ୍ରେସନକୁ ରୋକେ :କଞ୍ଚା ଆମ୍ବ ଶରୀରର ଜଳୀୟ ଅଂଶର କମିକୁ ପୂରଣ କରିଥାଏ । ଶରୀରକୁ ଖରା ଦାଉରୁ ରକ୍ଷା କରିଥାଏ । ଖରାଦିନ ପାଇଁ ଆମ୍ବ ବେଷ୍ଟ ହୋଇଥାଏ । ଯାହା ଆମ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଏଥିସହିତ କଞ୍ଚା ଆମ୍ବ ଖାଇବା ଦ୍ବାରା ହିଟ୍ ଷ୍ଟ୍ରୋକ୍ ଆଶଙ୍କାକୁ କମାଯାଇପାରିବ । ଏହା ଶରୀରରେ ଇଲୋକ୍ଟ୍ରୋଲାଇଟ୍ସ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ ।

    ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ :ଯଦି ଆପଣଙ୍କ ପେଟ ସହିତ ଜଡିତ ସମସ୍ୟା ଥାଏ, ତେବେ କଞ୍ଚା ଆମ୍ବ ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ  । ଏଥିରୁ ମିଳୁଥିବା ଫାଇବର ପାଚନ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ । ଯେଉଁମାନେ କଞ୍ଚା ଆମ୍ବ ଖାଆନ୍ତି ସେମାନଙ୍କ ପାଖରେ ହଜମ ପ୍ରକ୍ରିୟାକୁ ନେଇ କମ୍ ସମସ୍ୟା ଦେଖିବାକୁ ମିଳିଥାଏ । ଏହା କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ସହଜରେ ଦୂର କରି ଦେଇଥାଏ । ଏହା ଏସିଡ଼ିଟି ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ । କଞ୍ଚା ଆମ୍ବ ଖାଇବା ଦ୍ୱାରା ବଦହଜମି ଏବଂ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

    ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ :କଞ୍ଚା ଆମ୍ବ ଖାଇବା ଦ୍ବାରା ଏହା ଶରୀରକୁ ଭିଟାମିନ୍ ସି ଯୋଗାଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କଞ୍ଚା ଆମ୍ବ ଖାଇବା ଉଚିତ୍ । ଏହା ସହିତ ଗ୍ରୀଷ୍ମଋତୁ ସମୟରେ ଘଟୁଥିବା ଅନେକ ରୋଗକୁ ରୋକାଯାଇପାରିବ ।

    ଓଜନ ହ୍ରାସ କରେ :ପାଚିଲା ଆମ୍ବ ତୁଳନାରେ କଞ୍ଚା ଆମ୍ବ ଆମ ସ୍ବାସ୍ୟ ପାଇଁ ଫଳପ୍ରଦ ହୋଇଥାଏ । କାହିଁକିନା କଞ୍ଚା ଆମ୍ବରେ ସୁଗାରର ମାତ୍ରା କମ୍ ଥାଏ । ଏହା ବ୍ୟତୀତ କଞ୍ଚା ଆମ୍ବରେ କମ୍ କ୍ୟାଲୋରୀ ଥାଏ । ଯାହା ଖାଇବା ଦ୍ବାରା ମେଟାବୋଲେଜିମକୁ ବୃଦ୍ଧି କରିଥାଏ । ଫଳରେ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

    ଲିଭର ଏବଂ ଦାନ୍ତକୁ ସୁସ୍ଥ ରଖେ :ଏହା ଲିଭରକୁ ସଫା ରଖିବାରେ ସହାୟକ କରେ । ଲିଭର ସହିତ ଜଡିତ ସମସ୍ୟାରୁ ମଧ୍ୟ ରକ୍ଷା କରେ । ଏହାକୁ ଚୋବାଇକି ଖାଇବା ଦ୍ବାରା ମାଢ଼ିରୁ ରକ୍ତସ୍ରାବ ଏବଂ ପାଟିରୁ ଦୁର୍ଗନ୍ଧ ଭଳି ସମସ୍ୟା ମଧ୍ୟ ହ୍ରାସ ପାଇପାରେ ।

    ଏହା ଆମ ସ୍ବାସ୍ଥ୍ୟ ପ୍ରତି ହିତକର । ହେଲେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ୍ । ନଚେତ୍ ପରବର୍ତ୍ତୀ ସମୟରେ ପେଟ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ଭୋଗିବାକୁ ପଡିପାରେ । ତେଣୁ ଏଥିରେ ଗୁଡ କିମ୍ବା ଅଳ୍ପ ଲୁଣ ମିଶାଇ ଖାଇବା ଅତ୍ୟନ୍ତ ଲାଭଦାୟକ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    52 %
    1kmh
    100 %
    Thu
    32 °
    Fri
    34 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ