ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଗ୍ରୀଷ୍ମଋତୁ । ଅତ୍ୟଧିକ ଗରମ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ । ସେଥିପାଇଁ ଲୋକମାନେ ଖରାଦିନେ ପେଟ ଥଣ୍ଡା ରଖିବା ପାଇଁ ପଖାଳଠାରୁ ଆରମ୍ଭକରି ପଇଡ଼ ଯାଏଁ ଅନେକ ଥଣ୍ଡା ଜାତୀୟ ଖାଦ୍ୟ ଖାଇଥାଆନ୍ତି । ଯାହା ଖରାଦିନ ସମସ୍ୟାରୁ ରକ୍ଷା କରିବା ପାଇଁ ବେଷ୍ଟ ହୋଇଥାଏ । ସେହି ସବୁ ମଧ୍ୟରୁ ତଲାସଜ ଅନ୍ୟତମ ।
ତାଳସଜ ବାହାରୁ ନଡ଼ିଆ ପରି ଏବଂ ଭିତରୁ ଲିଚି ପରି ଦେଖାଯାଇଥାଏ । ତାଳସଜ ଦେଖିବାକୁ ଯେତିକି ସୁନ୍ଦର ଦିଶିଥାଏ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ତାଳସଜରୁ ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ଭିଟାମିନ ପ୍ରଚୁର ପରିମାଣର ମିଳିଥାଏ । ଯାହା ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିବା ସହ ପେଟକୁ ମଧ୍ୟ ଥଣ୍ଡା ରଖିଥାଏ । ତେବେ ଆସନ୍ତୁ ଏହାର ଲାଭ ସମ୍ପର୍କରେ ଜାଣିବା ।
ତାଳସଜ ଖାଇବାର ଲାଭ :
ଶରୀରକୁ ହାଇଡ୍ରେଟ୍ ରଖେ :ପ୍ରବଳ ଖରା ବଢିବା ହେତୁ ଲୋକଙ୍କ ଶରୀର ପ୍ରଭାବିତ ହୋଇଥାଏ । ଯେଉଁଥିପାଇଁ ଲୋକଙ୍କ ଶରୀରରେ ଜଳର ଅଭାବ ଦେଖା ଦେଇଥାଏ । ଏପରି ପରିସ୍ଥିତିରେ ତାଳସଜ ଖାଇବା ଦ୍ୱାରା ଆପଣଙ୍କୁ ହାଇଡ୍ରେଟ୍ କରି ରଖିଥାଏ । ସେଥିପାଇଁ ଡିହାଇଡ୍ରେସନରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଥିଲେ ତାଳସଜ ଖାଆନ୍ତୁ ।
ପେଟ ଜନିତ ସମସ୍ୟାରେ ଲାଭଦାୟକ :ଖରାଦିନେ ତାଳସଜ ଆପଣଙ୍କ ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଖାଇବା ଦ୍ବାରା ଆପଣଙ୍କ ପେଟକୁ ତୁରନ୍ତ ଥଣ୍ଡା କରି ରଖିଥାଏ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ମଜବୁତ ହେବା ସହ କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ଗ୍ୟାସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ :ରୋଗ ପ୍ରତିରୋଧକ ଶକ୍ତି ଅଭାବ କାରଣରୁ ମଧ୍ୟ ଲୋକମାନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କରିଥାଆନ୍ତି । ତାଳସଜ ଭିଟାମିନ୍ Cରେ ଭରପୂର । ଯାହା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।
ମେଟାବୋଲିଜିମ୍କୁ ବଢାଇ ଥାଏ :ମେଟାବୋଲିଜିମ୍ କାରଣରୁ ଲୋକମାନଙ୍କ ଓଜନ ବଢିବା ମଧ୍ୟ ଆରମ୍ଭ ହୋଇଯାଇଥାଏ । ଯାହା ଦ୍ୱାରା ବର୍ତ୍ତମାନ ସମୟ ପାଇଁ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି । ଏପରି ପରିସ୍ଥିତିରେ ଫାଇବରରେ ଭରପୂର ହୋଇଥିବା ଏହି ଫଳ ଖାଇବା ଦ୍ୱାରା ମେଟାବୋଲିଜିମ୍ ଶୀଘ୍ର ବଢିଥାଏ । ଯାହା ଦ୍ବାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ ଏବଂ ସହଜରେ ଆପଣଙ୍କ ଓଜନ ହ୍ରାସ ହୋଇଯାଇପାରିବ ।
ଡାଇବେଟିସ୍ ପାଇଁ ଲାଭଦାୟକ :ଏବେ ଘରେ ଘରେ ଡାଇବେଟିସ୍ ରୋଗ ଦେଖିବାକୁ ମିଳୁଛି । କିନ୍ତୁ ଏହି ରୋଗୀମାନଙ୍କ ପାଇଁ ତାଳସଜ ଖୁବ୍ ଫଳପ୍ରଦ ହୋଇଥାଏ । ଏଥିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବାରୁ ଏହା ସୁଗାରକୁ ନିୟନ୍ତ୍ରଣ କରି ରଖିଥାଏ । ସେଥିପାଇଁ ଡାଇବେଟିସ୍ ରୋଗୀମାନେ ଏହାକୁ ଖାଇପାରିବେ ।
ଏହା ବ୍ୟତୀତ ତାଳସଜ ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । ହୃଦଘାତର ଆଶଙ୍କା ମଧ୍ୟ କମ୍ ହୋଇଥାଏ । ଚକ୍ଷୁଜନିତ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଏହା ଖୁବ୍ ପ୍ରଭାବଶାଳୀ । ତେଣୁ ଖରାଦିନେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ତାଳସଜ ଖାଇପାରିବେ ।
