Monday, March 23, 2026
22 C
Odisha

    ଖରାଦିନେ ପେଟକୁ ଥଣ୍ଡା ଛତୁଆ ପାଣି, ଶରୀରକୁ ଦିଏ ଅନେକ ଲାଭ

    ଆଗକୁ ପଢନ୍ତୁ

    ଖରାଦିନ ଆରମ୍ଭ ହୋଇଯାଇଛି । ଏହି ଦିନେ ଶରୀରକୁ ଥଣ୍ଡା ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ବିଶେଷକରି ଗ୍ରୀଷ୍ମ ଦିନେ ପେଟ ଥଣ୍ଡା ରହିବା ନିହାତି ଜରୁରୀ । ଯଦି ପେଟ ଠିକ୍ ରୁହେ, ତେବେ ଶରୀର ସୁସ୍ଥ । ପ୍ରଚଣ୍ଡ ଖରାତାତିରୁ ରକ୍ଷା ପାଇବା ପାଇଁ ଜୁସ୍, ଆଇସକ୍ରିମ୍, କୋଲ୍ଡ ଡ୍ରିଙ୍କସ୍ ଭଳି ଥଣ୍ଡା ପାନୀୟ ପିଇବାକୁ ଅନେକ ପସନ୍ଦ କରିଥାଆନ୍ତି । ଢୁ ଢୁ ଖରାରେ ସୂର୍ଯ୍ୟଙ୍କ କିରଣ ଏତେ ଟାଣ ଥାଏ ଯେ ଘରୁ ବାହାରିବା ମୁସ୍କିଲ ହୋଇଯାଏ । ଏଭଳି ସମୟରେ ଲୋକମାନେ ଶରୀରକୁ ଥଣ୍ଡା ରଖିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି । ତେବେ କୋଲ୍ଡ ଡ୍ରିଙ୍କସ୍, ଆଇସକ୍ରିମ୍ ଭଳି ଥଣ୍ଡା ପାନୀୟ ଅପେକ୍ଷା ଶରୀର ପାଇଁ ସତୁ ବା ଛତୁଆ ଜୁସ୍ ବହୁତ ଲାଭଦାୟକ ହୋଇଥାଏ ।

    ସତୁ ଏକ ପାରମ୍ପରିକ ଭାରତୀୟ ପାନୀୟ । ଏହା ଭଜା ଚଣାରୁ ତିଆରି ହୋଇଥାଏ । ଭଜା ଚଣାକୁ ପେସା ଯାଇ ଛତୁଆ ତିଆରି କରାଯାଏ । ଏହାର ଥଣ୍ଡା ପ୍ରଭାବ ହେତୁ ସାଧାରଣତଃ ଖରାଦିନେ ଛତୁଆ ସର୍ବତକୁ ଅଧିକ ମାତ୍ରାରେ ପିଆଯାଏ । ଆସନ୍ତୁ ଜାଣିବା, ସତୁ ସର୍ବତ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ।

    ଜଳୀୟ ଅଂଶ ବଜାୟ ରଖେ: ଖରାଦିନେ ଛତୁଆ ବା ସତୁ ପାଣି ଶରୀର ପାଇଁ ବହୁତ ହିତକାରୀ ହୋଇଥାଏ । ଏହା ଆପଣଙ୍କ ଶରୀରରେ ଜଳୀୟ ଅଂଶ ବଜାୟ ରଖିବାରେ ସାହାଯ୍ୟ କରେ ।

    ଶୀତଳତା ପ୍ରଭାବ: ଶରୀର ଉପରେ ସତୁ ଶୀତଳତା ପ୍ରଭାବ ପକାଏ । ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ଏବଂ ଗରମ ପ୍ରଭାବକୁ ରୋକିବାରେ ସାହାଯ୍ୟ କରିଥାଏ ।

    ପୁଷ୍ଟିସାରରେ ଭରପୂର: ସତୁରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି । ପ୍ରୋଟିନ, ଫାଇବର, ଲୌହ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ପରି ଜରୁରୀ ପୁଷ୍ଟିକର ତତ୍ତ୍ୱ ଏଥିରୁ ମିଳିଥାଏ । ଏହା ଶରୀରରେ ପୁଷ୍ଟିସାର ଅଭାବ ହେବାକୁ ଦିଏନାହିଁ ।

    କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ: ସତୁରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ, ଯାହାର ଅର୍ଥ, ଏହା ରକ୍ତରେ ଶର୍କରା ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି କରେ ନାହିଁ । ତେଣୁ ମଧୁମେହ ରୋଗୀ କିମ୍ବା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ପସନ୍ଦ ହୋଇଥାଏ ।

    ପାଚନ ପାଇଁ ଲାଭଦାୟକ: ସତୁରେ ଫାଇବର ଥିବାରୁ ଏହା ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରିଥାଏ ।

    ଓଜନ ନିୟନ୍ତ୍ରଣ: ସତୁରେ କ୍ୟାଲୋରୀ କମ୍ ଏବଂ ଫାଇବର ଓ ପ୍ରୋଟିନ୍ ଅଧିକ ଥାଏ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    34 %
    1.4kmh
    1 %
    Sun
    22 °
    Mon
    33 °
    Tue
    36 °
    Wed
    38 °
    Thu
    39 °

    ସମ୍ବନ୍ଧିତ