Friday, October 2, 2026
22.2 C
Odisha

    ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ପିଅନ୍ତୁ ଏହି ସବୁ ଜିନିଷ

    ଆଗକୁ ପଢନ୍ତୁ

    ଓଡିଶାରେ ଏବଂ ଅନ୍ୟାନ୍ୟ ରାଜ୍ୟରେ ଖରାର ତାପମାତ୍ରା ୪୦ଡିଗ୍ରୀରେ ଆସି ପହଞ୍ଚିଛି । ଯେଉଁଥି ପାଇଁ ଲୋକେ ଡିହାଇଡ୍ରେସନ ଭଳି ସମସ୍ୟାକୁ ସମ୍ମୁଖୀନ ହେଉଛନ୍ତି । ତେଣୁ ଅତ୍ୟଧିକ ଖରା ପାଇଁ ନିଜକୁ ହାଇଡ୍ରେଟ୍ ରଖିବା ଆବଶ୍ୟକ । ତେଣୁ ଖରା ଦିନ ପାଇଁ ଆମ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ । ପାଗର ଏହି ପରିବର୍ତ୍ତନ ଶରୀର ଉପରେ ପ୍ରଭାବ ପକାଏ, ଯାହା ଫଳରେ ଆମକୁ ଆମର ଖାଦ୍ୟ ଅଭ୍ୟାସରେ ବିଶେଷ ପରିବର୍ତ୍ତନ ଆଣିବା ଆବଶ୍ୟକ ହୋଇପଡ଼େ। ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ଆମର ଖାଦ୍ୟପେୟରେ ପରିବର୍ତ୍ତନ କରିବା ଉଚିତ ଏବଂ ଅଧିକ ପରିମାଣର ଜଳ ପିଇବା ଉଚିତ ।

    ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖରାଦିନେ ପ୍ରଚୁର ମାତ୍ରାର ପାଣି ପିଇବା ଜରୁରୀ । ଖରା ଦିନରେ ସାଧାରଣତଃ ଜଳୀୟ ଅଂଶରେ ଅଭାବ ରହିଥାଏ । ଯାହାଦ୍ବାରା ଆମର କ୍ଷତି ହୋଇଥାଏ । ସେଥିପାଇଁ ଏକ୍ସପର୍ଟସମାନେ ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ଖରାଦିନେ ଆମ ଜଳୀୟ ଅଂଶରେ ଅଭାବ ରହିଥାଏ । ତେଣୁ ଖରାଦିନେ ଦିନକୁ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ଉଚିତ୍ । ପାଣି ପିଇବାରେ ଅଭାବ ଘଟିଲେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇଥାଏ । ଯଦି କୌଣସି କାରଣରୁ ପାଣି ଆପଣଙ୍କ ପାଖରେ ପାଣି ଉପଲବ୍ଧ ନଥାଏ ତେବେ ସେହି ସମୟରେ କ’ଣ ପିଇ ଆମେ ଆମ ଶୋଷ ମେଣ୍ଟାଇପାରିବା ଆସନ୍ତୁ ସେ ସମ୍ପର୍କରେ ଜାଣିବା । ଯାହା ଦ୍ବାରା ଆପଣଙ୍କ ଜଳୀୟ ଅଂଶ ଅଭାବ ଉପରେ ମଧ୍ୟ କୌଣସି ପ୍ରଭାବ ପଡିନଥାଏ ।

    ପାଣି ବଦଳରେ ନଡିଆ ପାଣି, ଥଣ୍ଡା କ୍ଷୀର, ଲସି ନଚେତ୍ ଆଖୁ ରସ ପିଇବା ଆବଶ୍ୟକ ବୋଲି ଡାକ୍ତାର ପରାମର୍ଶ ଦେଉଛନ୍ତି ।

    ଏହା ବ୍ୟତୀତ କାକୁଡି, ତରଭୁଜ, ଖରଭୁଜା ଭଳି ଜଳଯୁକ୍ତ ଖାଦ୍ୟ ଖାଇବା କରିବା ଆବଶ୍ୟକ । ଏହି ଖାଦ୍ୟଗୁଡ଼ିକ ଗ୍ରୀଷ୍ମ ଋତୁରେ ଆପଣଙ୍କୁ ସତେଜ ରଖେ ।

    ଶୋଷ ମେଣ୍ଟାଇବା ପାଇଁ ଆମେ ସାଧାରଣତଃ କୋଲଡ୍ରିଂଙ୍ଗ୍ସ ପିଇ ଦେଇଥାଉ । କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ହୁଏ ତ କିଛି ସମୟ ପାଇଁ ଶୋଷକୁ କମାଇପାରିବ କିନ୍ତୁ ପରେ ଶୋଷକୁ ବଢାଇଦେଇଥାଏ । ଯେଉଁଥି ପାଇଁ ଡିହାଇଡ୍ରେସନ ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ତେଣୁ ଖରା ଦିନରେ ବିଶେଷ କରି ଅଧିକ ପରିମାଣର ଜଳ କିମ୍ବା ଜଳୀୟ ଅଂଶ ଥିବା ପଦାର୍ଥ ଖାଇବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ