ଦେଶରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ତାଲିକାରେ ପାନକ୍ରିୟାଟିକ୍ କର୍କଟ ରାଗୀ ମଧ୍ୟ ଅନ୍ତର୍ଭୁକ୍ତ। ଏହି କର୍କଟ ରୋଗ ପାକସ୍ଥଳୀ ପଛରେ ଥିବା ପାନକ୍ରିୟାଟିକ୍ ରୁ ଆରମ୍ଭ ହୁଏ। ପାନକ୍ରିୟାଟିକ୍ ଶରୀରରେ ପାଚନକାରୀ ଏନଜାଇମ୍ ଉତ୍ପାଦନ କରେ ଏବଂ ଇନସୁଲିନ୍ ଭଳି ରକ୍ତରେ ଶର୍କରା ନିୟନ୍ତ୍ରଣକାରୀ ହରମୋନ୍ ନିୟନ୍ତ୍ରଣ କରେ। ପାନକ୍ରିୟାଟିକ୍ କର୍କଟ ରୋଗକୁ ବିପଦଜନକ ବୋଲି ବିବେଚନା କରାଯାଏ। କାରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷଣ ଦେଖାଯାଏ ନାହିଁ।
ପ୍ରାୟତଃ ପେଟ ଯନ୍ତ୍ରଣା, ହଠାତ୍ ଓଜନ ହ୍ରାସ, ଭୋକ କମ୍ ଲାଗିବା ଏବଂ ଜଣ୍ଡିସ୍ ଭଳି ଲକ୍ଷଣ ଦେଖାଯାଏ। ଯାହାକୁ ଲୋକମାନେ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। ତେଣୁ, ପ୍ରତିବର୍ଷ ନଭେମ୍ବର ୧୯ ତାରିଖରେ ବିଶ୍ୱ ପାନକ୍ରିୟାଟିକ୍ କର୍କଟ ଦିବସ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ପାନକ୍ରିୟାଟିକ୍ କର୍କଟ ରୋଗର ଲକ୍ଷଣ ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା। ଆସନ୍ତୁ ଜାଣିବା ପାନକ୍ରିୟାଟିକ୍ କର୍କଟ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ…
୧-କ୍ରମାଗତ ପେଟ ଯନ୍ତ୍ରଣା
୨-ହଠାତ୍ ଓଜନ ହ୍ରାସ
୩-ଚର୍ମ ଏବଂ ଆଖି ହଳଦିଆ ପଡ଼ିବା
୪-ଭୋକ କମ୍ ଲାଗିବା
୫-ବାରମ୍ବାର ବାନ୍ତି ଲାଗିବା
୬-ହଠାତ୍ ମଧୁମେହ ଆରମ୍ଭ ହେବା
୭-ସର୍ବଦା କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ ହେବା
