Saturday, May 3, 2025
36.6 C
Odisha

    ଖରାଦିନ ପାଇଁ ସ୍କିନରେ ଟ୍ୟାନ୍ ପଡୁଛି କି? ତେବେ ଆପଣାନ୍ତୁ ଏହି ସବୁ ଉପାୟ

    ଆଗକୁ ପଢନ୍ତୁ

    ଦିନକୁ ଦିନ ଖରାର ତାପମାତ୍ରା ବଢିବାରେ ଲାଗିଛି । ଯେଉଁଥିପାଇଁ ଆମ ତ୍ୱଚାର ସମସ୍ୟା ପାଇଁ ଚିନ୍ତା ବଢିବାରେ ଲାଗିଛି । ଖରା ଆମ ସ୍କିନକୁ ଖରାପ କରିଦେଉଛି । ଅତ୍ୟଧିକ ଖରା ତାପମାତ୍ରା ଯୋଗୁଁ ଆମ ସ୍କିନ୍ ଟ୍ୟାନ ପଡିବା ସହିତ ଶରୀର କଳା ପଡିଯାଇଥାଏ । ଖରାଦିନରେ ଅଧିକ ଝାଳ ବାହାରି ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।ଖରାଦିନରେ ଆମେ ଆମ ତ୍ବଚାର ଚମକକୁ ନେଇ ବହୁତ ଚିନ୍ତାରେ ପଡିଯାଇଥାଉ । ବିଶେଷ କରି ଝିଅମାନେ ଖରାଦିନ ଆସିବା ମାତ୍ରେ ସେମାନେ ସେମାନଙ୍କ ତ୍ବଚା ପାଇଁ ଅନେକ କିଛି ଉପଚାର କରିଥାନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସେମାନେ ଇଣ୍ଟରନେଟରୁ ଅନେକ ଟିପ୍ସକୁ ମଧ୍ୟ ଫଲୋ କରିଥାନ୍ତି । ଏପରି ପରିସ୍ଥିତିରେ ଆପଣ ଯଦି ସ୍କିନକୁ ସପ୍ଟ ଏବଂ ଗ୍ଲୋ କରିବାକୁ ଚାହୁଁଛନ୍ତି ତେବେ ଉପାୟ ବିଷୟରେ ଆସନ୍ତୁ ଜାଣିବା । ଯାହା ଆପଣଙ୍କ ସମସ୍ୟା ଦୂର କରିବାରେ ନିଶ୍ଚୟ ସାହାଯ୍ୟ କରିବ ।

    ସୁସ୍ଥ ରହିବାକୁ ହେଲେ ଆମକୁ ସଫାସୁତୁରା ରହିବା ଆବଶ୍ୟକ ।

    ଖରାଦିନରେ ଅତ୍ୟଧିକ ଝାଳ ପାଇଁ ଆମ ସ୍କିନ୍ ଖରାପ ହୋଇଥାଏ । ତେଣୁ ଖାସ୍ କରି ଖରାଦିନରେ ସଫାସୁତୁରା ଉପରେ ଧ୍ୟାନ ଦେବା ଆବଶ୍ୟକ ।

    ସଫାସୁତୁରା ଉପରେ ଗୁରୁତ୍ବ ନଦେବା ଦ୍ବାରା ସ୍କିନକୁ ନେଇ ଅନେକ ସମସ୍ୟା ଦେଖାଦେଇଥାଏ । ଯାହା ଆମ ପାଇଁ ଚିନ୍ତାର ବିଷୟ ହୋଇପଡେ ।

    କୌଣସି ସମସ୍ୟା ନହେବା ପାଇଁ ବାହାରୁ ଘରକୁ ଆସିଲା ମାତ୍ରେ ତୁରନ୍ତ ଥଣ୍ଡା ପାଣିରେ ଏବଂ ସାବୁନରେ ମୁହଁ ଧୋଇବା ଉଚିତ୍ । ଯାହାଦ୍ବାରା ଝାଳ ଦୂର ହୋଇଥାଏ । ତେଣୁ ଖରାଦିନରେ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ସଫାସୁତୁରା ହେବା ଆବଶ୍ୟକ ।

    ମୁହଁ ଧୋଇବା ସହିତ ସ୍କିନର ସପ୍ଟନେସ୍ ପାଇଁ ମଶ୍ଚୁରାଇଜ କରିବା ନିହାତି ଜରୁରୀ । ଆଲୋଭେରା ଜେଲ୍ ଏବଂ ଯେକୌଣସି କ୍ରିମ୍ ଲଗାନ୍ତୁ । ମଶ୍ଚୁରାଇଜ କରିବା ଦ୍ବାରା ତ୍ବଚାକୁ ଥଣ୍ଡା ରଖିଥାଏ । ତେଣୁ ସପ୍ତାହରେ ୨ଥର ହାଲକା ସ୍କ୍ରବ୍ କରିବା ତ୍ବଚା ପାଇଁ ଲାଭଦାୟକ । ଯାହା ଡେଡ୍ ସ୍କିନକୁ ହଟାଇବାରେ ସାହାଯ୍ୟ କରିଥାଏ ।

    ଖରାଦିନରେ ସନସ୍କ୍ରିନ୍ ବ୍ୟବହାର କରିବା ଆବଶ୍ୟକ । ଖାସ୍ କରି ଖରାରେ ବାହାରକୁ ବାହାରିବା ସମୟରେ ସନସ୍କ୍ରିନ ଲଗାଇବା ଉଚିତ୍ । ଖରା ପ୍ରଭାବ ପକାଉଥିବା ସ୍ଥାନରେ ସନସ୍କ୍ରିନ ଲଗାନ୍ତୁ । ଯେପରି ମୁହଁ ବ୍ୟତୀତ ହାତ, ଗୋଡ, ବେକ ଭଳି ସ୍ଥାନରେ ସନସ୍କ୍ରିନ ଲଗାନ୍ତୁ । ପ୍ରତି ଦୁଇ ତିନି ଘଣ୍ଟାକୁ ଥରେ ସନସ୍କ୍ରିନ ବ୍ୟବହାର କରିବାକୁ ଭୁଲିବା ଉଚିତ୍ ନୁହେଁ ।

    ସେତିକି ନୁହେଁ ବରଂ ଏହି ସମସ୍ତ ଉପଚାର ବ୍ୟତୀତ ନିଜ ସ୍କିନକୁ ଖରାର ପ୍ରଭାବରୁ ଘୋଡାଇ ରଖନ୍ତୁ । ଖରାଦିନରେ ସ୍କିନରେ ଟ୍ୟାନ୍ ନ ଆସିବା ପାଇଁ ସନସ୍କ୍ରିନ୍, ଦହି ଓ ବେସନର ମିଶ୍ରଣର ବ୍ୟବହାର କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.6 ° C
    36.6 °
    36.6 °
    25 %
    2.9kmh
    36 %
    Sat
    32 °
    Sun
    40 °
    Mon
    41 °
    Tue
    43 °
    Wed
    42 °

    ସମ୍ବନ୍ଧିତ