Saturday, October 18, 2025
24.2 C
Odisha

    ଖରାରୁ ମିଳିବ ତ୍ରାହି, ମେ 1 ତାରିଖ ଯାଏଁ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ଏହାରି ଭିତରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଦେଇଥିବା ଖବର ରାଜ୍ୟବାସୀଙ୍କ ମନରେ ଆଶ୍ବସ୍ତି ଆଣି ଦେଇଛି ।
    ମେ 1 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହିତ ପବନ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

    କିଛି କିଛି ସ୍ଥାନରେ କୁଆ ପଥର ମଧ୍ୟ ପଡିପାରେ । ପାଖାପାଖି 4ରୁ 5 ଦିନ ଯାଏଁ ତାତିରୁ ମୁକ୍ତି ପାଇବେ ଲୋକେ । ଗତ କିଛି ଦିନ ହେବ ପଶ୍ଚିମ ଓଡ଼ିଶାରେ ପାରଦ ଉପରମୁହାଁ ରହିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାରେ ଅସ୍ତବ୍ୟସ୍ତ ହେଉଥିଲେ ଲୋକେ । ତାପମାତ୍ରା ପାଖାପାଖି 45 ଡିଗ୍ରୀ ଛୁଇଁଥିଲା । ତେବେ ବର୍ଷା ହେଲେ ଲୋକେ କିଛି ମାତ୍ରାରେ ଶାନ୍ତି ପାଇବେ ।

    ତେବେ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ ସେନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    78 %
    0.1kmh
    53 %
    Sat
    24 °
    Sun
    28 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ