Thursday, October 1, 2026
22.8 C
Odisha

    ଖାଇବା ପରେ କାହିଁକି ଆସେ ନିଦ? ଜାଣନ୍ତୁ ଏହା ପଛର କାରଣ

    ଆଗକୁ ପଢନ୍ତୁ

    ଶରୀରର ବିକାଶ ପାଇଁ ଆମ ସମସ୍ତଙ୍କୁ ଖାଦ୍ୟର ଆବଶ୍ୟକ ଅଧିକ ଥାଏ । ଯାହାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ଏବଂ ଆମେ ସାରାଦିନର କାମକୁ ଠିକ ଭାବେ କରିପାରିଥାଆନ୍ତି । କିନ୍ତ ଖାଇବା ପରେ ଅଧିକାଂଶ ସମୟରେ ଆମ ସମସ୍ତଙ୍କୁ ଅଳସୁଆ ଲାଗିବା ସହିତ ନିଦ ଆସିଥାଏ । କଣ ଆପଣ କେବେ ଭାବିଛନ୍ତି କି ପ୍ରକୃତରେ ଏପରି କାହିଁକି ହୁଏ ଏବଂ ଏପରି ହେବା ପଛରେ କାରଣ କ’ଣ ହୋଇଥାଇପାରେ । ତାହେଲେ ଆସନ୍ତୁ ଏପରି ହେବା ପଛରେ ରହିଥିବା କାରଣ ସମ୍ପର୍କରେ ଆଜି ଆମେ ଜାଣିବା ।

    ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ନିଦ ଆସିବା ପଛରେ ଏକ ସାଇନ୍ସ କାମ କରୁଛି । ଯାହାକୁ ଫୁଡ କୋମା କୁହାଯାଇଥାଏ । ଫୁଡ କୋମାକୁ ବିଜ୍ଞାନ ଭାଷାରେ ପୋଷ୍ଟପ୍ରାଣ୍ଡିଆନ ସୋମ୍ନୋଲେନ୍ସ କୁହାଯାଇଥାଏ । ଯାହାର ଅର୍ଥ ହେଉଛି ଖାଇବା ପରେ ନିଦ ଆସିବା । ତେବେ ଖାଇବା ପରେ ନିଦ କାହିଁକି ଆସେ ସେନେଇ ୨୦୦୦ ଦଶକ ଠାରୁ ଏ ବାବଦରେ ରିସର୍ଚ୍ଚ ଆରମ୍ଭ କରାଯାଇଥିଲା । ଖାଇବା ପରେ ନିଦ ଆସିବା ସହ ଥକ୍କାପଣ ଅନୁଭବ କରିବାକୁ ଆମେ ଫୁଡ୍ କୋମା କହିଥାଉ । ଦ୍ୱିପ୍ରହର ସମୟରେ ଖାଇବା ପରେ ଅଧିକାଂଶ ଲୋକଙ୍କଠାରେ ଏହି ଫୁଡ କୋମା ସମସ୍ୟା ଦେଖିବାକୁ ମିଳିଥାଏ ।

    ତେବେ ଫୁଡ କୋମାର ଅଲଗା ଅଲଗା ଲକ୍ଷଣ ଆପଣମାନେ ମଧ୍ୟ ଅନୁଭବ କରିଥିବେ ନିଶ୍ଚୟ । ନିଦ ଆସିବା, ଶାରୀରିକ ଥକ୍କାପଣ, ଉର୍ଜା ସ୍ତର ହ୍ରାସ ଆଦି ହେଉଛି ଏହାର  ଗୋଟିଏ ଗୋଟିଏ ଲକ୍ଷଣ । ରିସର୍ଚ୍ଚ ଅନୁଯାୟୀ, ଦ୍ୱିପ୍ରହର ଭୋଜନ ପରେ ଆମର ବ୍ରେନରେ ରକ୍ତର ପ୍ରବାହ କମ୍ ହୋଇଯାଇଥାଏ । ଯେଉଁମାନେ ସକାଳେ ଜଳଖିଆ କରିନଥାନ୍ତି ସେମାନଙ୍କ ଠାରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ । ଏଥିସହିତ ଅଧିକ ଖାଉଥିବା ଓ ପିଜ୍ଜା ଖାଉଥିବା ଲୋକମାନେ ଏଥିରେ ବେଶି ପ୍ରଭାବିତ ହୋଇଥାଆନ୍ତି ।

    ଫ୍ୟାଟ ଓ ପ୍ରୋଟିନରେ ଭରପୂର ଖାଦ୍ୟ ସେବନ କରିବା ଫଳରେ ଏହି ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ ଆମର ଶରୀରକୁ ଆଳସ୍ୟ କରିଦେଇଥାଏ । ଅଧିକ କାର୍ବସ ଯୁକ୍ତ ଖାଦ୍ୟ ଭୋଜନ କରିବା ଫଳରେ ରକ୍ତରେ ଆମିନୋ ଏସିଡ ଟ୍ରିପ୍ଟୋଫେନର ସ୍ତର ବଢ଼ିଯାଇଥାଏ । ଫଳରେ ନିଦ ହରମୋନ ସେରୋଟେନିର ମାତ୍ରା ବୃଦ୍ଧି ପାଇଥାଏ । ତେବେ ଫୁଡ କୋମା ୪ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ବୋଲି ହେଲଥ ଏକ୍ସପର୍ଟମାନେ ମତ ଦେଇଛନ୍ତି ।

    ଫୁଡ କୋମାକୁ ଆଜି ପର୍ଯ୍ୟନ୍ତ ବି ବୈଜ୍ଞାନିକମାନେ ସଠିକ ଭାବେ ବୁଝିପାରି ନାହାନ୍ତି । ମାତ୍ର ବେଳେବେଳେ ଏହା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଖାଇବା ପରେ ଥକ୍କା ଲାଗିବା ଡାଇବେଟିସର ମଧ୍ୟ ସଙ୍କେତ ଅଟେ । ତେବେ ଫୁଡ କୋମାରୁ ମୁକ୍ତି ପାଇବା ପାଇଁ ଆପଣମାନେ ସନ୍ତୁଳିତ ଖାଦ୍ୟ ସେବନ କରିବା ଦରକାର । ଏଥିସହିତ ନିଶାସେବନ ନକରିବା ଉଚିତ୍, ଦୈନିକ ସମ୍ପୂର୍ଣ୍ଣ ଭାବେ ନିଦ୍ରାରେ ଶୋଇବା ନିହାତି ଜରୁରୀ । ଏହା ବ୍ୟତୀତ ନିଜର ଡେଲି ରୁଟିନରେ ବ୍ୟାୟାମକୁ ସାମିଲ କରିବା ଦ୍ୱାରା ଖାଇବା ପରେ ଅନୁଭବ ହେଉଥିବା ଥକ୍କାପଣ ଠାରୁ ଆପଣ ଛୁଟକାରା ପାଇପାରିବେ । ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀରରେ ଶକ୍ତି ବଢ଼ିଥାଏ ଏବଂ ଅଳସୁଆ କମ୍ ହୋଇଥାଏ । ଯାହାଦ୍ୱାରା ଆପଣ ଫିଟ୍‌ ବି ରହିବେ ଏବଂ ରାତିରେ ଭଲ ନିଦ ହେବାରେ ମଧ୍ୟ ସାହାଯ୍ୟ କରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.8 ° C
    22.8 °
    22.8 °
    84 %
    1.2kmh
    15 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ