Sunday, December 28, 2025
18.8 C
Odisha

    ଖାଇବା ପରେ ତୁରନ୍ତ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ତୁରନ୍ତ ଶୋଇଯିବା:

    ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହା କରିବା ଦ୍ୱାରା ଏସିଡ୍ ରିଫ୍ଲକ୍ସ ସମସ୍ୟା ଦେଖାଦେଇପାରେ । ଖାଦ୍ୟ ଖାଇବା ପରେ ଆପଣ କିଛି ସମୟ ଚାଲିପାରିବେ ଯାହା ଦ୍ୱାରା ଶରୀର ସୁସ୍ଥ ମଧ୍ୟ ରହିଥାଏ ।

    ଚା କିମ୍ବା କଫି ପିଇବା:

    କିଛି ଲୋକ ଖାଇବା ପରେ ଚା’ ଏବଂ କଫି ପିଇଥାନ୍ତି । ଖାଇବା ପରେ ଚା’ ପିଇବା ଦ୍ୱାରା ଶରୀରରେ ଆଇରନ୍ ଅବଶୋଷଣ ହ୍ରାସ ପାଇଥାଏ । ଖାଇବା ପରେ କଫି ଏବଂ ଚା ପିଇବା ଦ୍ୱାରା ଶରୀରରେ ମିନେରାଲ୍ସର ଅଭାବ ହୋଇପାରେ ।

    ଧୂମପାନ କରିବା:

    କିଛି ଲୋକ ଖାଇବା ପରେ ଧୂମପାନ କରନ୍ତି । ଖାଇବା ପରେ ଧୂମପାନ କରିବା ଦ୍ୱାରା ଏହା ଫୁସଫୁସକୁ କ୍ଷତି ପହଞ୍ଚାଇପାରେ । ଏହା ବ୍ୟତୀତ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । କୌଣସି ବି ସମୟରେ ଧୂମପାନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । କିନ୍ତୁ ଯଦି ଆପଣ ଏହି ଖରାପ ଅଭ୍ୟାସରେ ଲିପ୍ତ ଅଛନ୍ତି ତେବେ ଖାଇବା ପରେ ଆଦୌ ଧୂମପାନ କରନ୍ତୁ ନାହିଁ ।

    ଜିମ୍ ଯିବା:

    କିଛି ଲୋକ ଖାଇବା ପରେ ସାଙ୍ଗେ ସାଙ୍ଗେ ଜିମ୍ ଚାଲି ଯାଆନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ ନୁହେଁ । ଖାଇବା ପରେ ତୁରନ୍ତ ଜିମ୍ ଯାଆନ୍ତୁ ନାହିଁ । ଜିମ୍ ଯିବା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ । ବାସ୍ତବରେ, ଜିମ୍ ଯିବା ଦ୍ୱାରା ହଜମ ପ୍ରକ୍ରିୟାରେ ତଥା ରକ୍ତ ସଞ୍ଚାଳନରେ ଉନ୍ନତି ହୁଏ ନାହିଁ । ତେଣୁ ସର୍ବଦା ଖାଇବାର ୧ ରୁ ୨ ଘଣ୍ଟା ପରେ ଜିମ୍ କରାଯିବା ଉଚିତ୍ । ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.8 ° C
    18.8 °
    18.8 °
    32 %
    0.4kmh
    0 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ