Tuesday, September 29, 2026
23.8 C
Odisha

    ଖାତକୁ ଖସିଲା ଯାତ୍ରୀବାହୀ ବସ, ଚାଲିଗଲା ୪ଜଣଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁର୍ଘଟଣା ନେଲା ୪ ଜୀବନ | ବୁଧବାର ଉତ୍ତରାଖଣ୍ଡର ଭୀମତାଲ ସହର ନିକଟରେ ଏକ ବସ୍ ଖାତକୁ ଖସିଯିବା ପରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ସାମ୍ନାକୁ ଆସିଛି | ଏହା ସହ ଏହି ଦୁର୍ଘଟଣାରେ ୨୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଏପର୍ଯ୍ୟନ୍ତ ୨୧ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହତମାନଙ୍କୁ ଭୀମତାଲରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ସୂଚନା ମୁତାବକ, ଅଲମୋରାଠାରୁ ହଲଦୱାନି ଅଭିମୁଖେ ଯାଉଥିବା ଏହି ବସ୍ ନିୟନ୍ତ୍ରଣ ହରାଇ ଭୀମତାଲ ନିକଟରେ ୧,୫୦୦ ଫୁଟ ଗଭୀର ଖାତକୁ ଖସିପଡିଥିଲା। ଫଳସ୍ୱରୂପ ଅନେକ ଯାତ୍ରୀଙ୍କୁ ବସରୁ ବାହାରକୁ ଛିଟିକି ପଡ଼ିଥିଲେ। ଏହି ଦୁର୍ଘଟଣା ବିଷୟରେ ଖବର ପାଇବା ପରେ ପୁଲିସ, ଏସଡିଆରଏଫ ଟିମ୍, ଅଗ୍ନିଶମ ଅଧିକାରୀ ଏବଂ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଲୋକଙ୍କୁ ଦଉଡି ସାହାଯ୍ୟରେ ଖାତରୁ ଉପରକୁ ଅଣାଯାଇଥିଲା |

    କୁହାଯାଉଛି ଯେ, ହଲଦୱାନିରୁ ଦୁର୍ଘଟଣା ସ୍ଥଳକୁ ୧୫ଟି ଆମ୍ବୁଲାନ୍ସ ପଠାଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ଉତ୍ତରାଖଣ୍ଡ ସରକାର ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଗୁରୁତର ଆହତଙ୍କ ପରିବାର ପାଇଁ ୩ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଲୋକଙ୍କ ପରିବାର ପାଇଁ ୧୫-୨୫,୦୦୦ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ