Wednesday, October 14, 2026
24.1 C
Odisha

    ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ହେବା ଘଟଣା: ବିବାଦ ହେବାରୁ ୨୫ଲକ୍ଷରୁ ୨କୋଟିକୁ ବଢ଼ିଲା ସହାୟତା ରାଶି

    ଆଗକୁ ପଢନ୍ତୁ

    ହାଇଦ୍ରାବାଦ: ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ଦୁଇ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ମୃତ ମହିଳାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ, ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ ଏବଂ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ।
    ହେଲେ ଏହାକୁ ନେଇ ବିବାଦ ବଢିବା ସହ ପୁଲିସ ତାଙ୍କୁ ଗିରଫ କରି ପଚରାଉଚରା କରିଥିଲା | ଏମିତିକି ରାଗରେ ଲୋକେ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ | ଦିନକୁ ଦିନ ବିବାଦ ବଢୁଥିବା ଦେଖି ଏବେ ସହାୟତା ରାଶି ବଢ଼ାଇଛନ୍ତି ଅଭିନେତା | ଅଲ୍ଲୁ ଅର୍ଜୁନ ୧କୋଟି ଟଙ୍କା ଦେଇଥିବାବେଳେ ମୈଥ୍ରୀ ମୁଭିଜର ନିର୍ମାତାମାନେ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏହା ସହ ‘ପୁଷ୍ପା ୨: ଦି ରୁଲ୍’ର ନିର୍ଦ୍ଦେଶକ ସୁକୁମାର ମଧ୍ୟ ପୀଡିତ ପରିବାରକୁ ୫୦ଲକ୍ଷ ଟଙ୍କା ଦେଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ପିତା ତଥା ଜଣାଶୁଣା ନିର୍ମାତା ଅଲ୍ଲୁ ଅରବିନ୍ଦ ବୁଧବାର ଦିନ କିମସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମୃତ ମହିଳାଙ୍କ ପୁଅ ତେଜାଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି। ତେଲୁଙ୍ଗାନା ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ଏହି ଚେକ୍ ହସ୍ତାନ୍ତର କରାଯାଇଛି ବୋଲି ଅଲ୍ଲୁ ଅରବିନ୍ଦ ଗଣମାଧ୍ୟମକୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ