Wednesday, June 24, 2026
35.5 C
Odisha

    ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ, ୫ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କଲେ ଇରାନ ରାଷ୍ଟ୍ରପତି । ଏଥିପାଇଁ ମୋଦିଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ ମିଳିଛି । ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୋକସଭା ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

    ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ୍ ର ଏକ ମିଳିତ ସାମରିକ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା । ରାଷ୍ଟ୍ରପତି ପେଜେସ୍କିଆନଙ୍କ ପକ୍ଷରୁ କେବଳ ଭାରତ ନୁହେଁ, ବରଂ ବିଶ୍ୱର ଅନେକ ପ୍ରଭାବଶାଳୀ ଦେଶର ନେତାମାନଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଛି । ଏହି ତାଲିକାରେ ଚୀନ, ଋଷ, କାତାର, ଫ୍ରାନ୍ସ ଏବଂ ପାକିସ୍ତାନ ଭଳି ଦେଶ ସାମିଲ ଅଛନ୍ତି ।

    ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ବିବୃତି ଜାରି କରି କହିଛନ୍ତି, ଖାମେନେଇଙ୍କ ଶେଷକୃତ୍ୟରେ ଯୋଗଦେବା ପାଇଁ ପାକିସ୍ତାନର ଏକ ପ୍ରତିନିଧି ଦଳ ଇରାନ ଗସ୍ତ କରିବ । ଇରାନ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମହାନ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତ୍ୟେଷ୍ଟିକ୍ରିୟା ବେଶ ବ୍ୟାପକ ସ୍ତରରେ କରାଯିବ । ଆସନ୍ତା ଜୁଲାଇ ୪ ତାରିଖରୁ ଇରାନର ରାଜଧାନୀ ତେହେରାନରେ ଏହି ରାଷ୍ଟ୍ରୀୟ ସେରିମନି ଆରମ୍ଭ ହେବ ।

    ଦେଶର ବିଭିନ୍ନ ପ୍ରମୁଖ ସହର ଦେଇ ଏହି ଶୋଭାଯାତ୍ରା ଯିବା ପରେ, ଜୁଲାଇ ୯ରେ ଖାମେନେଇଙ୍କ ଜନ୍ମସ୍ଥାନ ‘ମଶହାଦ୍’ ଠାରେ ପାର୍ଥିବ ଶରୀରକୁ ସମାଧି ଦିଆଯିବ । ୫ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ନେଇ ମଧ୍ୟପ୍ରାଚ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ସାରା ବିଶ୍ୱର ନଜର ଏବେ ଏହି ହାଇ-ପ୍ରୋଫାଇଲ୍ ଶୋକସଭା ଉପରେ ରହିଛି । ଫେବୃଆରୀ ୨୮ରେ ତାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାରକୁ ନେଇ ଆକଳନ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    35.5 ° C
    35.5 °
    35.5 °
    37 %
    0.7kmh
    49 %
    Wed
    33 °
    Thu
    39 °
    Fri
    38 °
    Sat
    37 °
    Sun
    33 °

    ସମ୍ବନ୍ଧିତ