Sunday, October 4, 2026
30.6 C
Odisha

    ଧାରଣା ବେଳେ ଅଚେତ ହେଲେ ୮ ସ୍ୱାସ୍ଥ୍ୟମିତ୍ର, ମେଡିକାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧାରଣା ବେଳେ ଅଚେତ ହେଲେ ସ୍ୱାସ୍ଥ୍ୟମିତ୍ର । ମେଡିକାଲରେ ଭର୍ତ୍ତି । ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ବେଳେ ପ୍ରବଳ ଖରା ଯୋଗୁ ଅଚେତ ହୋଇପଡ଼ିଲେ ୮ ସ୍ୱାସ୍ଥ୍ୟମିତ୍ର । ନିଜର ହକ୍ ପାଇଁ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର କର୍ମଚାରୀ। ସ୍ବାସ୍ଥ୍ୟମିତ୍ରଙ୍କର ୩ଟି ପ୍ରମୁଖ ଦାବି ରହିଛି । ସ୍ୱାସ୍ଥ୍ୟମିତ୍ରଙ୍କ ଛଟେଇକୁ ତୁରନ୍ତ ବାତିଲ, ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଚାକିରିର ସୁରକ୍ଷା ପ୍ରଦାନ, ଶୋଷଣମୁକ୍ତ ସମାଜ ଗଠନ ପାଇଁ ‘ଆଉଟସୋର୍ସିଂ’ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଓ କର୍ମଚାରୀମାନଙ୍କୁ ସିଧାସଳଖ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନ ସମିତି ଅଧୀନକୁ ନେବାକୁ ଦାବି କରାଯାଇଛି। ଦୁଇ ଦିନ ହେବ ‘ଅଲ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ଆସୋସିଏସନ୍’ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିଠାରେ ଧାରଣା ଚଳାଇଛନ୍ତି ।

    ନିଜର ହକ୍ ପାଇଁ ରାଜଧାନୀର ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର କର୍ମଚାରୀ । ୩ଟି ପ୍ରମୁଖ ଦାବି ହେଲା, ସ୍ୱାସ୍ଥ୍ୟମିତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଛଟେଇ ପ୍ରକ୍ରିୟାକୁ ତୁରନ୍ତ ବାତିଲ, ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ଚାକିରିର ସୁରକ୍ଷା ପ୍ରଦାନ, ଶୋଷଣମୁକ୍ତ ସମାଜ ଗଠନ ପାଇଁ ‘ଆଉଟସୋର୍ସିଂ’ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ କର୍ମଚାରୀମାନଙ୍କୁ ସିଧାସଳଖ ରାଜ୍ୟ ସ୍ୱାସ୍ଥ୍ୟ ଆଶ୍ୱାସନ ସମିତି ଅଧୀନକୁ ନେବାକୁ ଦାବି ରହିଛି । ଦୁଇ ଦିନ ହେବ ‘ଅଲ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ଆସୋସିଏସନ୍’ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିଠାରେ ଧାରଣାରତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ