Thursday, February 19, 2026
16.7 C
Odisha

    ଖାଲିପେଟରେ ସକାଳୁ ଖାଆନ୍ତୁ କଳାଜୀରା, ଚୁଟକିରେ ଗାଏବ ହେବ ସମସ୍ତ ସ୍ବାସ୍ଥ୍ୟ ଜନିତ ସମସ୍ୟା

    ଆଗକୁ ପଢନ୍ତୁ

    ଭାରତ ମସଲାଯୁକ୍ତ ସମୃଦ୍ଧି ଦେଶ । ଯାହାର ଖାଦ୍ୟ-ପାନୀୟ ପାଇଁ ଭାରତ ଖୁବ୍ ପ୍ରସିଦ୍ଧ । ଭାରତୀୟ ଖାଦ୍ୟରେ ବ୍ୟବହାର ହେଉଥିବା ମସଲା କେବଳ ସ୍ବାଦକୁ ବଢାଇ ନଥାଏ ସ୍ବାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ବ ଦେଇଥାଏ । ଆମେ ରୋଷେଇରେ ବ୍ୟବହାର କରୁଥିବା ଅନେକ ମସଲା ଆମ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ରୋଷେଇ ଘରେ ଥିବା ଏହି ମସଲା ଖାଇବା ଦ୍ବାରା ମେଦବହୁଳତା ହ୍ରାସ କରିବା ସହ ଡାଇବେଟିସ୍ ଏବଂ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ ।

    କଳାଜୀରା ଏପରି ଏକ ମସଲା ଯାହାକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ । କଳାଜୀରା ଦେଖିବାକୁ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏହା ଆମକୁ ଅନେକ ଲାଭ ପ୍ରଦାନ କରିଥାଏ । ଆୟୁର୍ବେଦ ଅନୁସାରେ କଳାଜୀରା ଆମ ସୁସ୍ଥ ଶରୀର ପାଇଁ ମହୋଷଧି ଭାବେ କାମ କରେ । ଖାଲିପେଟରେ ଏହାକୁ ଖାଇବା ଦ୍ବାରା ଆମ ଶରୀର ପାଇଁ ଅଧିକ ପ୍ରଭାବଶାଳୀ ହୋଇଥାଏ । ଏଥିରେ ଅନେକ ଗୁଣ ରହିଛି ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଏହା କେଉଁ ସବୁ ଲାଭ ପ୍ରଦାନ କରିଥାଏ ସେ ସମ୍ପର୍କରେ ଜାଣିବା ।

    ଡାଇବେଟିସ୍ : କଳାଜୀରାରେ ମଧୁମେହ ବିରୋଧୀ ଗୁଣ ରହିଛି । ଯାହା ଖାଇବା ଦ୍ବାରା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଶରୀରରେ ଇନସୁଲିନର ସମ୍ବେଦନଶୀଳତାକୁ ବଢାଇଥାଏ । ତେଣୁ କଳାଜୀରା ଡାଇବେଟିସ୍ ପେସେଣ୍ଟଙ୍କ ପାଇଁ ବେଷ୍ଟ ହୋଇଥାଏ ବୋଲି ବିବେଚନା କରାଯାଏ ।

    ଓଜନ ହ୍ରାସ କରେ : କଳାଜୀରାରେ ଥିବା ଗୁଣ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଖାଲିପେଟରେ ଉଷୁମ ପାଣି ଏବଂ ମହୁ ସହିତ ଏହାକୁ ମିଶାଇ ଖାଇବା ଦ୍ବାରା ଶରୀରରେ ଜମା ହୋଇ ରହିଥିବା ଅତିରିକ୍ତ ଚର୍ବି ହ୍ରାସ କରିଥାଏ ।

    ହାର୍ଟ ଓ କୋଲେଷ୍ଟ୍ରୋଲ ପାଇଁ ଲାଭଦାୟକ : ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରିବା ଏବଂ ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରିବାରେ କଳାଜୀରା ସାହାଯ୍ୟ କରିଥାଏ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ । ଯାହା ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ବାରା ହାର୍ଟ ଆଟାକ୍ ଭଳି ଆଶଙ୍କାକୁ କମାଇଥାଏ । ଏହା ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରିବାରେ ସହାୟକ କରିଥାଏ ।

    କ୍ୟାନସରକୁ ରୋକେ : କଳାଜୀରାରେ କ୍ୟାନସର ରୋଗ ପ୍ରତିରୋଧୀ ଗୁଣ ରହିଛି । ଯାହା କ୍ୟାନସର କୋଷର ବୃଦ୍ଧିକୁ ରୋକିଥାଏ । ସକାଳେ ଖାଲିପେଟରେ କଳାଜୀରା ଖାଇବା ଦ୍ବାରା ଶରୀର ଉପରେ ବହୁତ ପ୍ରଭାବଶାଳୀ ପ୍ରଭାବ ପଡିଥାଏ । ଏହା କ୍ୟାନସର ସହିତ ଲଢେଇ କରିବା ପାଇଁ ଖୁବ୍ ଉପଯୋଗୀ ।

    ସ୍ମୃତି ଶକ୍ତିକୁ ବଢାଏ : କଳାଜୀରା ସେବନ ଏକଗ୍ରତା ବୃଦ୍ଧି କରିଥାଏ । ବିଶେଷଜ୍ଞଙ୍କ ମତରେ କଳାଜିରାକୁ ମହୁ ସହିତ ସେବନ କରିବା ଦ୍ୱାରା ଆଲଜାଇମର ଭଳି ରୋଗର ଚିକିତ୍ସା ମଧ୍ୟ ହୋଇପାରେ । ଏତିକି ନୁହେଁ ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ । ଆସ୍ଥମା ଏବଂ ଦୀର୍ଘଦିନ ଧରି ଲାଗି ରହିଥିବା କାଶରୁ ଏହା ମୁକ୍ତି ମଧ୍ୟ ଦେଇଥାଏ । ଗ୍ୟାସ୍ ଓ କୋଷ୍ଠକାଠିନ୍ୟରେ ପୀଡିତ ଲୋକମାନଙ୍କ ପାଇଁ ଏହା ଉତ୍ତମ ବିକଳ୍ପ । ଏହାକୁ ନିୟମିତ ସେବନ କରନ୍ତୁ । ମାସକ ଭିତରେ ଏହାର ପ୍ରଭାବ ଦେଖିବାକୁ ପାଇବେ ।

    କେଶ ଓ ଚର୍ମ ପାଇଁ ଲାଭକାରୀ : କଳାଜୀରାରେ ଥିବା ଗୁଣ ସ୍କିନ୍ ଏବଂ କେଶ ପାଇଁ ଲାଭକାରୀ ହୋଇଥାଏ । ଏହାର ତେଲ ପ୍ରସ୍ତୁତ କରି ଲଗାଇବା ଦ୍ବାରା କେଶ ଝଡିବାରୁ ରୋକିବା ସହ କେଶ ମୂଳକୁ ମଜବୁତ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    16.7 ° C
    16.7 °
    16.7 °
    62 %
    1.3kmh
    18 %
    Thu
    34 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ