Sunday, August 10, 2025
33 C
Odisha

    ଖାଲିପେଟରେ ସାଇଟ୍ରସ୍ ଫଳରସ ପିଉଥିଲେ ସାବଧାନ! ହୋଇପାରେ ଗମ୍ଭୀର କ୍ଷତି

    ଆଗକୁ ପଢନ୍ତୁ

    ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଲୋକମାନେ ସକାଳେ ଉଠିବା ପରେ ବ୍ୟାୟାମ କରନ୍ତି । କେତେକ ସକାଳୁ ସୁସ୍ଥ ଏବଂ ସତେଜ ଖାଦ୍ୟ ଖାଇବା କିମ୍ବା ପିଇବାକୁ ପସନ୍ଦ କରନ୍ତି । ଏପରି ପରିସ୍ଥିତିରେ, ଅନେକ ଲୋକ ଖାଲି ପେଟରେ ସୁସ୍ଥ ଖାଦ୍ୟ ଏବଂ ଜୁସ୍ ସହିତ ଦିନ ଆରମ୍ଭ କରନ୍ତି । ଜୁସ୍ ପିଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ତେଣୁ, ଅଧିକାଂଶ ଲୋକ ପ୍ରତିଦିନ ଫଳ କିମ୍ବା ପନିପରିବା ଜୁସ୍ ସେବନ କରନ୍ତି । ଏହାକୁ ପିଇବା ଦ୍ୱାରା ଗ୍ରୀଷ୍ମ ଋତୁରେ ଶରୀର ହାଇଡ୍ରେଟେଡ୍ ରହିଥାଏ ଏବଂ ଶକ୍ତି ମିଳିଥାଏ । ସ୍ୱାସ୍ଥ୍ୟ ସହିତ, ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ବୋଲି ପ୍ରମାଣିତ ହୋଇଥାଏ । ଏତିକି ନୁହେଁ ବରଂ ଚିଆ ସିଡ୍ସ, ଆଲମଣ୍ଡ ଏବଂ କାଜୁ ଖାଇବା ସହ ବିଭିନ୍ନ ସେକ୍, ଜୁସ୍ ବନାଇ ପିଇ ଦିନର ଆରମ୍ଭ କରିଥାନ୍ତି । ଅଧିକାଂଶ ସମୟରେ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଖାଲି ପେଟରେ ସକାଳେ ଖଟା ପଳରସ ପିଇବା ଉଚିତ୍ କି ଅନୁଚିତ୍ । ତେବେ ଆସନ୍ତୁ କେଉଁ ପ୍ରକାର କ୍ଷତି ହୋଇଥାଏ ସେ ସମ୍ପର୍କରେ ଜାଣିବା ।

    ଆପଣଙ୍କୁ କହି ରଖୁଛୁ ଯେ, ସକାଳେ ଖାଲି ପେଟରେ କମଳା, ଆମଳା, ମିଠା ଚୁନା ଭଳି ଖଟା ଫଳର ରସ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହି ଫଳଗୁଡ଼ିକରେ ଅଧିକ ପରିମାଣର ସାଇଟ୍ରିକ୍ ଏସିଡ୍ ଥାଏ, ଯାହା ପେଟ ପାଇଁ ଭଲ ନୁହେଁ । ତେବେ ସାଇଟ୍ରସ୍ ଫଳରସ ଖାଲି ପେଟରେ ପିଇବା ଦ୍ବାରା କେଉଁ ସବୁ ସମସ୍ୟା ଦେଖାଦେଇଥାଏ ଆସନ୍ତୁ ଜାଣିବା ।

    ଲେମ୍ବୁ, କମଳା ଏବଂ ଅଙ୍ଗୁର ପରି ସାଇଟ୍ରସ୍ ଫଳ ଏସିଡିକ୍ ହୋଇଥାଏ । ଯଦି ଏହାକୁ ଖାଲିପେଟରେ ପିଉଛନ୍ତି ତେବେ ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ । ଯାହା ପରବିର୍ତ୍ତୀ ସମୟରେ ହାର୍ଟବର୍ଣ୍ଣ ସୃଷ୍ଟି କରିପାରେ । ସେହିଭଳି ଏଥିରେ ଥିବା ଏସିଡିକ୍ ଯୋଗୁଁ ଏହାକୁ ପିଇବା ଦ୍ବାରା ପେଟରେ ଜ୍ବଳନ ହୋଇଥାଏ । ପେଟ ଜନିତ ସମସ୍ୟାରେ ଥିବା ଲୋକଙ୍କ ପାଇଁ ଏହା ବେଶୀ କ୍ଷତିକାରକ ହୋଇଥାଏ । ଏତିକି ନୁହେଁ ବରଂ ଜୁସରେ ପ୍ରାକୃତିକ ଚିନି ଥାଏ । ଯାହାକୁ ଖାଲି ପେଟରେ ପିଇବା ଦ୍ବାରା ରକ୍ତ ଶର୍କରା ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଯାହା ଦୁର୍ବଳତା ଏବଂ ଥକ୍କାପଣର କାଣ ପାଲଟିଥାଏ । ଏହା ଦାନ୍ତ ପାଇଁ ମଧ୍ୟ ଖରାପ ହୋଇଥାଏ ବୋଲି ସାବ୍ୟସ୍ତ ହେଉଛି । ଏହି ଫଳରେ ଥିବା ଏସିଡ୍ ଦାନ୍ତର ବାହ୍ୟସ୍ତରକୁ କ୍ଷତି ପହଞ୍ଚାଇଥାଏ । ଯାହାକୁ ଏନାମେଲ୍ କୁହାଯାଇଥାଏ । ଏହି ଫଳରସକୁ ବାରମ୍ବାର ପିଇବା ଫଳରେ ଦାନ୍ତ ନଷ୍ଟ ହୋଇଯାଇଥାଏ । ତେବେ ଏହି ଫଳରସ କିମ୍ବା ଜୁସ୍ ପିଇବାର ଅନ୍ୟ ଭଲ ବିକଳ୍ପ ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।

    ଯଦି ଆପଣ ସାଇଟ୍ରସ୍ ରସ ପିଇବାକୁ ଚାହାଁନ୍ତି ତେବେ ଏହାକୁ ଖାଦ୍ୟ ସହିତ ପିଇପାରିବେ । ନଚେତ୍ ଏହାକୁ ଖାଇବା ପରେ ପିଇପାରିବେ । ଯାହା ଆପଣଙ୍କ ସୁସ୍ଥ ଶରୀର ଗଠନ କରିବାର ଯାତ୍ରାକୁ ସହଜ କରିବ । ଏହା ପେଟରେ ଏସିଡିଟି ସ୍ତରହ୍ରାସ କରେ ଏବଂ ହାର୍ଟବର୍ଣ୍ଣର ଆଶଙ୍କାକୁ ମଧ୍ୟ କମ୍ କରିଥାଏ । ଖାଲି ପେଟରେ ଉଷୁମ ପାଣି କିମ୍ବା ଲେମ୍ବୁ ପାଣି ପିଇବା ଦ୍ବାରା ଶରୀରକୁ ହାଇଡ୍ରେଟ୍ ଏବଂ ସଫା କରିବାର ଏକ ଉତ୍ତମ ଉପାୟ ବୋଲି ମନାଯାଇଥାଏ । ଯେଉଁମାନଙ୍କର ପେଟ ସମସ୍ୟା ଯେପରିକି ଗ୍ୟାଷ୍ଟିକ୍ କିମ୍ବା ଏସିଡ୍ ରିଫ୍ଲକ୍ସ ଅଛି ସେମାନେ ସକାଳେ ଖାଲି ପେଟରେ ସାଇଟ୍ରସ୍ ଫଳ କିମ୍ବା ଏହାର ରସକୁ ସମ୍ପୂର୍ଣ୍ଣ ଭାବରେ ଏଡାଇବା ଉଚିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    56 %
    1kmh
    56 %
    Sun
    32 °
    Mon
    31 °
    Tue
    32 °
    Wed
    30 °
    Thu
    30 °

    ସମ୍ବନ୍ଧିତ